ମାଲକାନଗିରି: ନିଆରା ଢଙ୍ଗରେ ମାଓ ପ୍ରବଣ ଅଞ୍ଚଳରେ ଗାନ୍ଧୀ ଜୟନ୍ତୀ ପାଳିଲେ BSF ଜବାନ

ମାଲକାନଗିରି: ନିଆରା ଢଙ୍ଗରେ ମାଓ ପ୍ରବଣ ଅଞ୍ଚଳରେ ଗାନ୍ଧୀ ଜୟନ୍ତୀ ପାଳିଲେ BSF ଜବାନ । ସୀମା କିମ୍ବା ଅନ୍ତରୀଣ ଶତ୍ରୁ ଦାଉରୁ ସୁରକ୍ଷା ଦେବା ଯେ BSF ଜବାନଙ୍କ କେବଳ ଏକ ମାତ୍ର ଦାୟୀତ୍ୱ ତାହା ନୁହେଁ। ସାମାଜିକ ଜୀବନରେ ଏକ ସୁସଙ୍ଗଠିତ ନାଗରିକ ପାଇଁ ଲୋକଙ୍କୁ ସଚେତନ କରାଇବା ଭଳି ଦାୟିତ୍ୱ ମଧ୍ଯ ନିଜ କାନ୍ଧକୁ ନେଇଛନ୍ତି ଏହି ଦେଶର ବୀର ପୁତ୍ର ମାନେ। ଯାହାର ଦ୍ରୁଶ୍ଯ ଦେଖିବାକୁ ମିଳିଛି, ମାଓ ପ୍ରବଣ ମାଲକାନଗିରି ଜିଲ୍ଲାରେ। ସଚେତନ ବାର୍ତ୍ତା ଶୁଣିବାକୁ ମଧ୍ଯ ଭିଡ ଲୋକଙ୍କର ଜମିଛି । କଳାପଟା ଧରି BSF ଜବାନ ସମାଜ ପ୍ରତିନିଜର କର୍ତ୍ତବ୍ଯ କରିଚାଲିଛନ୍ତି ।

ମାଓବାଦୀଙ୍କ ସହ ଲଢ଼ି ଲୋକଙ୍କୁ ସୁରକ୍ଷା ଦେବା ସହ କିଭଳି ନିଶା ସେବନକୁ ସମାଜରୁ ଦୁରେଇ ରହିବେ ସେଭଳି ସଚେତନ ବାର୍ତ୍ତା BSF ଜବାନ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି। ତାସହ ବୃକ୍ଷ ରୋପଣ ଭଳି ମହତ କାର୍ଯ୍ୟ କରିବା ପାଇଁ ଦୁର୍ଗମ ଅଞ୍ଚଳରେ ସଚେତନ କରାଉଛନ୍ତି ଏହି BSF ଜବାନମାନେ। ଜିଲ୍ଲାର ଗୋବିନ୍ଦପଲ୍ଲୀ,ଖଇରପୁଟ,ମନ୍ତ୍ରିଆମ୍ବ ଭଳି ମାଓ ପ୍ରବଣ ଅଞ୍ଚଳରେ BSF ର ୧୫୧ ବାଟାଲିୟନ କମାଣ୍ଡେଣ୍ଟ ଅଜୟ କୁମାର ଙ୍କ ନେତୃତ୍ୱରେ ଏଭଳି ସଚେତନ ବାର୍ତ୍ତା ଲୋକଙ୍କ ପାଖକୁ ପହଞ୍ଚାଯାଇଛି।