ହୃଦଘାତରେ ପ୍ରାଣ ହରାଇଲେ ଗୁଜରାଟ ସୀମାନ୍ତରେ ଥିବା କର୍ତ୍ତବ୍ୟରତ ଓଡ଼ିଆ ଯବାନ

ଜୟପୁର (କେ ନ୍ୟୁଜ୍‌): ଖରାଛୁଟିରେ ଆସିଥାନ୍ତେ ନିଜ ପରିବାର ସହ ସମୟ ବିତାଇବା ପାଇଁ କିନ୍ତୁ ସ୍ୱପ୍ନ ସ୍ୱପ୍ନରେ ରହିଗଲା । ହଠାତ ସକାଳୁ ସକାଳୁ ଘରେ ପହଁଚିଲା ଦୁଃଖଦ ଖବର । ସେ ଆଉ ଏ ଦୁନିଆରେ ନାହାନ୍ତି । ଜୟପୁର ବିକ୍ରମ ନଗରର ଓଡିଆ ପୁଅ କୃଷ୍ଣଚନ୍ଦ୍ର ସାହୁ । ଗୁଜରାଟ ସୀମାନ୍ତରେ ବିଏସଏଫ କନେଷ୍ଟବଳ । ସବୁଦିନ ପରି ସେଦିନ ମଧ୍ୟ ନିଜ କର୍ତ୍ତବ୍ୟର ଯୋଗ ଦେଇଥିଲେ କୃଷ୍ଣ କିନ୍ତୁ ତାହା ଥିଲା ତାଙ୍କପାଇଁ ଶେଷ ଦିନ । ହଠାତ ହୃଦଘାତରେ ପରଲୋକ ହୋଇଥିବା ସୂଚନା ଆସିଲା ବିଏସଏଫ ପକ୍ଷରୁ । ଫୋନରେ ଖବର ପାଇ ପୁରା ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି । ତେବେ ଆସନ୍ତାକାଲି ତାଙ୍କର ପାର୍ଥିବ ଶରୀର ଘରେ ପହଞ୍ଚିବ ବୋଲି ବିଏସଏଫ ପକ୍ଷରୁ ସୂଚନା ମିଳିଛି ।