ମାଓବାଦୀଙ୍କ ସିକ୍ରେଟ ବାସ ସ୍ଥାନ ଉପରେ ବିଏସଏଫର ଚଢ଼ାଉ, ବିପୁଳ ପରିମାଣର ଆଇ.ଈ.ଡି ବିସ୍ପୋରକ ଜବତ

ଘଞ୍ଚ ଜଙ୍ଗଲ ମଧ୍ୟରେ ମାଓବାଦୀଙ୍କ ସିକ୍ରେଟ କରିଡର l ଘଞ୍ଚ ଜଙ୍ଗଲ ରେ ଗହ୍ୱର ଭିତରେ ଚଳାଇଥିଲେ ମାଓ କ୍ୟାମ୍ପ l ବଡ଼ ଧରଣର ମାଓ ହାମଲା ପାଇଁ କରୁଥିଲେ ବଡ଼ ଯୋଜନା । ମାଓବାଦୀ ଙ୍କ ସମସ୍ତ ଯୋଜନା କୁ ପଣ୍ଡ କଲା ବିଏସଏଫ । ମାଟି ତଳେ ଥିବା ଏହି ସିକ୍ରେଟ କରିଡରକୁ ପଥର ଓ ବଡ଼ ଗଛ ସହାୟତାରେ ଘୋଡାଇ ରଖିଥିଲେ ଲାଲବାହିନୀ l ମାଟି ଉପରେ ପଥର ଓ ଗଛ ରହିଥିବା ବେଳେ ମାଟିତଳେ ବଡ଼ ଗହ୍ୱର ମଧ୍ୟରେ ନିଜର ସିକ୍ରେଟ କରିଡରରେ ରହୁଥିଲେ ମାଓବାଦୀ l ସୁଉଚ୍ଚ ବନ ପାହାଡ଼ ଘେରା ଘଞ୍ଚ ଜଙ୍ଗଲ ଭିତରେ ଥିବା ଏହି ସିକ୍ରେଟ କରିଡରରେ ରହି କିଛି ଦିନ ହେବ ମାଓବାଦୀ ଚଳାଇଥିଲେ ନିଜର ବେସକ୍ୟାମ୍ପ l

କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଖମଣଖୋଲ ପଂଚାୟତର କଂଜାଲଘୁ ନିକଟବର୍ତ୍ତୀ କାଣିବାଲି ଜଙ୍ଗଲରେ କିଛିଦିନ ହେବ ମାଓବାଦୀଙ୍କ ଗତିବିଧି ସମ୍ପର୍କ ରେ ସୂଚନା ପାଇଥିଲା ବିଏସଏଫ ୧୩୬ ବାଟାଲିୟନ l ଗୁଇନ୍ଦା ସୂଚନା ଆଧାରରେ ବାଲିଗୁଡା ବିଏସଏଫ 136 ବାଟାଲିୟନର କମାଣ୍ଡେଣ୍ଟ ମାନସ ରଞ୍ଜନ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ କାଣିବାଲି ଓ କଂଜାଲଘୁ ଜଙ୍ଗଲରେ ସ୍ୱତନ୍ତ୍ର କମ୍ବିଙ୍ଗ ଅପେରସନ ପାଇଁ ଓଲ୍ହାଇଥିଲେ ବିଏସଏଫ ଯବାନ l କମ୍ବିଙ୍ଗ ଅପରେସନ ବେଳେ କାଣିବାଲି ଜଙ୍ଗଲ ରେ ଏକ ନାଳ ନିକଟରେ ମାଓବାଦୀଙ୍କ ସିକ୍ରେଟ କରିଡର ଉପରେ ତୀକ୍ଷ୍ଣ ନଜର ପଡିଥିଲା l ଅତି ସତର୍କତା ସହ ହାଇଟେକ ଇଲେକ୍ଟ୍ରୋନିକ ଉପକରଣ ସହାୟତା ରେ ଉକ୍ତ କରିଡର ଉପରେ ସର୍ଚ୍ଚ ଅପେରସନ ବେଳେ ମାଓବାଦୀଙ୍କ ବେସକ୍ୟାମ୍ପ ଠାବ କରିଥିଲେ ବିଏସଏଫ ଯବାନ l ଏଥିସହ ସିକ୍ରେଟ କରିଡର ଉପରେ ସର୍ଚ୍ଚ କରାଯିବା ବେଳେ ଯବାନଙ୍କ ଶବ୍ଦ ରେ ତଳକୁ ଖସି ଯାଉଥିଲା ମାଓବାଦୀଙ୍କ ମାଟି ତଳେ ଥିବା ସିକ୍ରେଟ ଅଡ୍ଡା l

ତେବେ ଏହି ସିକ୍ରେଟ କରିଡର ମଧ୍ୟରେ ଯବାନ ମାନେ ସର୍ଚ୍ଚ ଅପେରସନ କରିବା ବେଳେ ବିପୁଳ ପରିମାଣର ଆଇ.ଈ.ଡି ବିସ୍ପୋରକ ଉପାଦାନ ଜବତ କରିଥିଲେ ବିଏସଏଫ ଯବାନ l ଏହି କ୍ୟାମ୍ପ ରୁ ବିପୁଳ ପରିମାଣରେ ଡିଟୋନେଟର, ଜିଲେଟିନ,ବ୍ୟାଟେରୀ, ବାସନ କୁସନ, ମେଡ଼ିସିନ ଆଦି ବିଏସଏଫ ପକ୍ଷରୁ ଜବତ କରାଯାଇଛି l

Also read:ରଜରେ ଅଘଟଣ: ସ୍ତ୍ରୀକୁ ମାରିବା ପରେ ନିଜେ ବି ଜୀବନ ହାରିଲା ନିଶାସକ୍ତ ସ୍ୱାମୀ