ବିଧାନସଭାରେ ଉଠିଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପ୍ରସଙ୍ଗ, ଅନୁବନ୍ଧିତ ହେବା ସତ୍ତ୍ୱେ ବର୍ତ୍ତମାନ ସେବା ଯୋଗାଇ ଦେଉନାହାନ୍ତି ଅନେକ ହସ୍ପିିଟାଲ: ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର (କେନ୍ୟୁଜ୍‌) : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଯ୍ୟକାରିତାକୁ ନେଇ ବିଧାନସଭାରେ ଉଦ୍‌ବେଗ। ଏହି ଯୋଜନାକୁ ନେଇ ଅନେକ ଅବ୍ୟବସ୍ଥା ପ୍ରସଙ୍ଗ ଉଠାଇଲେ କଂଗ୍ରେସ ଓ ବିଜେପିର ସଦସ୍ୟ। ବର୍ତ୍ତମାନ ସୁଦ୍ଧା ବି ଅନେକ ହସ୍ପିଟାଲ ସହ ଅନୁବନ୍ଧିତ ଥିଲେ ବି ସେବା ଯଗାଇ ଦେଉନାହାନ୍ତି। ଏଥିରେ ହସ୍ପିଟାଲ ସହ କିଛି କମ୍ୟୁନିକେସନ୍‌ ଗ୍ୟାପ୍‌ ଥିବା କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ।

ସେହିପରି ଏହି ଯୋଜନାରେ ରାଜ୍ୟ ଭିତରେ ୩୧୫ ବେସରକାରୀ ହସ୍ପିଟାଲ ଓ ରାଜ୍ୟ ବାହାରେ ୧୫ଟି ହସ୍ପିଟାଲକୁ ଅନ୍ତର୍ଭୁକ୍ତ କରାଯାଇଛି। ସେପ୍ଟେମ୍ବର ୨୦୨୧ରୁ ଆଜି ସୁଦ୍ଧା ଏକ ଲକ୍ଷ ୨୦ ହଜାର ୫୫୨ ପରିବାର ଆବେଦନ କରିଛନ୍ତି। ବିଧାନସଭା ପ୍ରଶ୍ନକାଳରେ ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ।

You might also like