ବନ୍ଦ ହେବନି BSKY ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା କାର୍ଡ ମିଳିବା ଯାଏ ଚାଲୁ ରହିବ : ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର : ବନ୍ଦ ହେବନି BSKY ଯୋଜନା । ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର କାର୍ଡ଼ ସମସ୍ତଙ୍କୁ ମିଳିବା ଯାଏ BSKY ଯୋଜନା ଚାଲୁ ରହିବ । ତେଣୁ ବଜେଟରେ ଗୋପବନ୍ଧୁ ଜନ ଅରୋଗ୍ୟ ଯୋଜନା ପାଇଁ ବ୍ୟବସ୍ଥା ରହିଛି । ବଜେଟ ସେପ୍ଟେମ୍ବର ୧୦ରେ ପାରିତ ହେବ ।

ପରେ ପର୍ଯ୍ୟାୟକ୍ରମେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ ହେବ । ସେତେବେଳେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ନୂଆ କାର୍ଡ଼ ସମସ୍ତଙ୍କୁ ମିଳିବ । ଏହି ଯେ ।ଜନାର ନୂଆ କାର୍ଡ ସମସ୍ତଙ୍କୁ ମିଳିବା ଯାଏ ଜାରି ରହିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ।

ଏହାଛଡ଼ା ମେଡିକାଲ କଲେଜ ହେଉ ବା ଶିକ୍ଷାନୁଷ୍ଠାନ ଅବା ହସ୍ପିଟାଲ, ସବୁଠାରେ ବୁଲା କୁକୁରଙ୍କୁ ଟିକା ଦେବାର ବ୍ୟବସ୍ଥା କରାଯିବ । ନଗର ଉନ୍ନୟନ ଓ ସ୍ୱାସ୍ଥ୍ୟ ବିଭାଗ ମିଳିତ ଭାବେ ଏହା କରିବେ । ଫଳରେ ଓଡ଼ିଶାକୁ ଜଳାନ୍ତକମୁକ୍ତ କରାଯିବ । ୨୦୩୦ ସୁଦ୍ଧା ଦେଶ ଜଳାନ୍ତକମୁକ୍ତ ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ।

 

     

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.