ଝାରସୁଗୁଡ଼ାବାସୀଙ୍କୁ ୩୧୨ କୋଟିର ଭେଟି, ଜିଲ୍ଲାବାସୀ ପାଇଲେ BSKY ସ୍ମାର୍ଟ ହେଲଥ କାର୍ଡ

ଝାରସୁଗୁଡା (କେନ୍ଯୁଜ୍): ସ୍ମାର୍ଟ ସ୍ୱାସ୍ଥ୍ୟସେବାରେ ଯୋଡିହେଲା ଝାରସୁଗୁଡା । ଝାରସୁଗୁଡ଼ାବାସୀଙ୍କୁ ୩୧୨ କୋଟିର ଭେଟି । ଝାରସୁଗୁଡ଼ା ଜିଲ୍ଲାବାସୀ ପାଇଲେ BSKY ସ୍ମାର୍ଟ ହେଲଥ କାର୍ଡ । ଭିସିରେ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଜିଲ୍ଲାବାସୀଙ୍କୁ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ । ୩୧୨ କୋଟିରୁ ଅଧିକ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଜିଲ୍ଲାବାସୀ ପାଇଲେ ସ୍ମାର୍ଟ ହେଲ୍‌ଥ କାର୍ଡ । BSKY ସ୍ମାର୍ଟକାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇଛନ୍ତି।

ଝାରସୁଗୁଡ଼ା ବିକାଶର ଧାରାରେ ଆଗକୁ ବଢିଚାଲିଛି। ଜିଲ୍ଲାର ୧ଲକ୍ଷ ୧୫ ହଜାର ଲୋକେ ସ୍ମାର୍ଟ କାର୍ଡରୁ ସୁବିଧା ପାଇବେ । ଏଭଳି ସ୍ୱାସ୍ଥ୍ୟ ସୁବିଧା ଦେବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ । ରାଜ୍ୟରେ BSKY ସ୍ମାର୍ଟକାର୍ଡ ଗରିବ ଲୋକଙ୍କର ଦୁଃଖକୁ କମାଇବ । ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସୁସ୍ଥ ରହି ରାଜ୍ୟ ବିକାଶରେ ସହଭାଗୀ ହୁଅନ୍ତୁ । ଅର୍ଥ ଅଭାବରୁ ସ୍ୱାସ୍ଥ୍ୟ ସୁବିଧାରୁ କେହି ବଞ୍ଚିତ ନହୁଅନ୍ତୁ । ସ୍ୱାସ୍ଥ୍ୟ ପାଇଁ ରଖିଥିବା ଅର୍ଥ ଅନ୍ୟ କାମରେ ବିନିଯୋଗ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.