ଭବାନୀପାଟଣାରେ ବିଏସଏନଏଲର ୪ଜି ସେବା ଆରମ୍ଭ

ଭବାନୀପାଟଣା(କେନ୍ୟୁଜ୍) : ଭବାନୀପାଟଣାରେ ବିଏସଏନଏଲର ୪ଜି(ଫୋର ଜି) ସେବା ଆରମ୍ଭ । ଏହାଦ୍ୱାରା ଭବାନୀପାଟଣା ବାସିନ୍ଦା ଏବେ ଟୁ-ଜି ଏବଂ ଫୋର ଜି ସେବା ପାଇପାରିବେ । ଏଥିପାଇଁ କୌଣସି ଅତିରିକ୍ତ ଦେୟ ଦେବାକୁ ପଡିବ ନାହିଁ । ଆଗକୁ ବିଭିନ୍ନ ସହରରେ ବିଏସଏନଏଲ ଫୋର- ଜି ସୁବିଧା ଯୋଗାଇ ଦିଆଯିବ । ଏ ନେଇ ବିଏସଏନଏଲର ମୁଖ୍ୟ ମହାପ୍ରବନ୍ଧକ ସତ୍ୟାନନ୍ଦ ନାୟକ ସୂଚନା ଦେଇଛନ୍ତି ।