ଦାରିଙ୍ଗବାଡ଼ି : ନଳକୂପ ପାଇପରେ ନିର୍ମାଣ ହେଲା ବିଏସ୍‌ଏନ୍‌ଏଲ୍‌ ମୋବାଇଲ ଟାଓ୍ଵାର

ଦାରିଙ୍ଗିବାଡି (କେ ନ୍ୟୁଜ) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ତିଲୋରୀ ଗ୍ରାମ ପଂଚାୟତରେ ଯୋଗାଯୋଗର ବ୍ୟବସ୍ଥା ନଥିବା ଯୋଗୁଁ ତିଲୋରୀ ଗ୍ରାମ ସମେତ ମୁଗୁପାଙ୍ଗା, ପାଙ୍ଗାଲୀ ଅରାକାମ୍ବା , ଗ୍ଲୁଡା ଆଦି ଗ୍ରାମରେ ବସବାସ କରୁଥିବା ଗ୍ରାମବାସୀ ମାନେ ବିଭିନ୍ନ ସମୟରେ ନାହିଁ ନଥିବା ଅସୁବିଧାର ସମ୍ମଖୀନ ହେଉଥିଲେ । କାରଣ ଅଂଚଳରେ ମୋବାଇଲ ସେବା ଯୋଗାଇଦେବା ପାଇଁ ବାରମ୍ବାର ଦାବି ସତ୍ୱେ କୌଣସି କମ୍ପାନୀର ଟାଓ୍ଵାର ପ୍ରତିଷ୍ଠା ହୋଇପାରିନଥିଲା । ଏନେଇ ତିଲୋରୀ ସରପଂଚ ବିଷ୍ଣୁଚରଣ ପ୍ରଧାନ ବାରମ୍ବାର ବିଭାଗୀୟ ଅଧିକାରୀ ଜଣାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା ।

tt

ତିଲୋରୀ ସରପଂଚ ବିଏସଏନଏଲର ଉଚ୍ଚପଦସ୍ଥ ଅଧିକାରୀଙ୍କ ସହିତ ଆଲେଚନା କରି ଜିଲ୍ଲାପାଳଙ୍କ ସମେତ ବିଭାଗୀୟ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଏହାର କିଛି ଦିନ ପରେ ତିଲୋରୀ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ନଳକୂଅ ପାଇପ ସାହାଯ୍ୟରେ ଟାଓ୍ଵାର ନିର୍ମାଣ କରାଯାଇଥିଲା ଏବଂ ଶେଷରେ ବିଏସଏନଏଲ ସେବା ଗ୍ରାମରେ ଯୋଗାଇ ଦିଆଯାଇଛି ।