ଖୋଲୁଛି ଭୁବନେଶ୍ବର ଖଣ୍ଡଗିରି ବୈକୁଣ୍ଠଧାମ ଆଶ୍ରମ ଗୁମର, ମିଛ ପ୍ରଚାର ପାଇଁ ବହି ଛାପିଥିଲେ

ଭୁବନେଶ୍ବର : ଖୋଲୁଛି ଭୁବନେଶ୍ବର ଖଣ୍ଡଗିରି ବୈକୁଣ୍ଠ ଧାମ ଆଶ୍ରମ ଗୁମର ।  ସାମ୍ନାକୁ ଗୋଟିଏ ପରେ ଗୋଟିଏ ନୂଆ କେଳେଙ୍କାରୀ ।  ଆଉ ୟା ପଛର କାର୍ପଟଦାର ପାଣ୍ଡଵ ପରିଡ଼ାଙ୍କ ପରିବାର ଏବେ ଗାଏବ ।   ବାବା କାଶୀନାଥ ଓ ପାଣ୍ଡବ ପରିବାର ମିଛ ପ୍ରଚାର ପାଇଁ ବହି ଛାପି ବିକ୍ରି କରୁଥିଲେ ।  ଆମାଜନରେ ବି ବହି ବିକ୍ରି କରାଯାଉଥିଲା । ସୋସିଆଲ ମିଡିଆରେ ମିଛ ପ୍ରଚାର ଚଳାଇଥିଲେ ।

ନାବାଳକଙ୍କୁ କଳକୀ ଅବତାର ସଜାଇ ଧର୍ମ ନାଁରେ ଚାଲିଥିଲା ବେପାର ।  ପ୍ରବଚନ ପାଇଁ ଜମୁଥିଲା ତଥାକଥିତ ବାବାଙ୍କ ଦରବାର ।  ଯାଜପୁର, କେନ୍ଦୁଝର, ବଡ଼ବିଲ, ଯୋଡ଼ା, ରାଉରକେଲା, ବୋଲଗଡ଼ ଆଦି ବିଭିନ୍ନ ସ୍ଥାନ ପ୍ରବଚନ ଦେଉଥିଲେ ପାଣ୍ଡବ ପରିଡା ।  ଆଶ୍ରମ ଜମିର ଖୋଳତାଡ଼ ପରେ ଏହା ସରକାରୀ ଜମିରେ ନିର୍ମାଣ ହୋଇଥିବା ସ୍ପଷ୍ଟ ହୋଇଛି ।

ସାଧାରଣ ପ୍ରଶାସନ ବିଭାଗର ମାପଚୁପ ପରେ ୧୪୦ ଡିସିମିଲ୍ ସରକାରୀ ଜମିରେ ଆଶ୍ରମ ନିର୍ମାଣ ହୋଇଥିବା ଜଣାପଡ଼ିଛି ।  ମାପଚୁପ ପରେ ଫାଇଲ ବିଡିଏ ପାଖକୁ ଯାଇଥିବା ସାଧାରଣ ପ୍ରଶାସନ ବିଭାଗ କହିଛି । ବିଭାଗୀୟ ମନ୍ତ୍ରୀ ପୂର୍ବରୁ କହିସାରିଛନ୍ତି ଜବର ଦାଖଲକୁ ବରଦଦାସ୍ତ କରାଯିବନି ।

You might also like