ଆରମ୍ଭ ହୋଇଛି ଚଳିତବର୍ଷର ବଜେଟ ଅଧିବେଶନ, ଅଭିଭାଷଣରେ ମୋ ସରକାର ଓ 5-Tକୁ ପ୍ରଶଂସା କଲେ ରାଜ୍ୟପାଳ
ଭୁବନେଶ୍ବର: ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି ବିଧାନସଭାର ବଜେଟ୍ ଅଧିବେଶନ । ରାଜ୍ୟପାଳଙ୍କ ଅଭିଭାଷଣରେ ମୋ ସରକାର ଓ 5-Tକୁ ପ୍ରଶଂସା କରିଛନ୍ତି । କହିଛନ୍ତି 5-T ଓ ମୋ ସରକାରକୁ ଅଧିକ କ୍ରିୟାଶୀଳ କରାଯାଇଛି । ପୁରୀ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ପାଇଁ ମଧ୍ୟ ଐତିହାସିକ ପଦକ୍ଷେପ ନେଇଛନ୍ତି ସରକାର । କୃଷି କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେଇ ଚାଲିଛନ୍ତି ସରକାର । ଏଥିପାଇଁ କୃଷି ନୀତି କରାଯାଇଛି ।
ଚାଷୀଙ୍କ ରୋଜଗାର ଦୁଇ ଗୁଣ କରିବାକୁ ନେଉଛନ୍ତି ସରକାର ଅନେକ ପଦକ୍ଷେପ। କାଳିଆ ଯୋଜନା ଗରିବ ଚାଷୀଙ୍କ ପାଇଁ ଅଧିକ କ୍ଷମତା ଦେଇଛି। ୫୦ ଲକ୍ଷ ଚାଷୀଙ୍କୁ କାଳିଆ ଯୋଜନାରେ ସାମିଲ କରାଯାଇଛି । ୨୫ ଲକ୍ଷ ଭୂମିହୀନଙ୍କୁ କାଳିଆ ଯୋଜନାରେ ସାମିଲ କରାଯାଇଛି । ୧୧ ଜିଲ୍ଲାର ୭୨ ବ୍ଲକରେ ଓଡ଼ିଶା ମିଲେଟ୍ ମିଶନ ଆରମ୍ଭ ହୋଇଛି। କାଳିଆ ଯୋଜନାରେ ୫୦ ହଜାର ପର୍ଯ୍ୟନ୍ତ ୧ରୁ ୦ ପ୍ରତିଶତରେ ଋଣ ଦିଆଯାଇଛି। ରାଜ୍ୟ ସରକାର ନିଜସ୍ୱ ଖାଦ୍ୟ ସୁରକ୍ଷା ଆଇନ ପ୍ରସ୍ତୁତ କରିଛନ୍ତି।
ପ୍ରତି ଗରିବ ଲୋକଙ୍କୁ ୫ କେଜି ଚାଉଳ ଯୋଗାଇ ଦିଆଯାଉଛି ୧୦ ଲକ୍ଷ ଚାଷୀଙ୍କୁ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଟଙ୍କା ଦିଆଯାଉଛି। ୨ ଲକ୍ଷ ଲୋକଙ୍କୁ ପକ୍କା ଘର ଦିଆଯାଇଛି। ଗ୍ରାମୀଣ କୌଶଳ ଯୋଜନାରେ ୨୮ହଜାର ୩୬୪ ପିଲାଙ୍କୁ ଟ୍ରେନିଂ ଦିଆଯାଇଛି। ୨୪ହଜାର ୨୪୭ ଜଣ ବିଭିନ୍ନ ସ୍ଥାନରେ ନିଯୁକ୍ତ ହୋଇଥିବା ରାଜ୍ୟପାଳ ତାଙ୍କ ଅଭିଭାଷଣରେ କହିଛନ୍ତି। ଏସ୍ସିବିକୁ ବିଶ୍ୱସ୍ତରୀୟ ମେଡିକାଲ କଲେଜ କରିବାକୁ ପଦକ୍ଷେପ ନିଆଯାଇଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୭୦ ଲକ୍ଷ ପରିବାର ସାମିଲ ହୋଇଛନ୍ତି। ମହିଳାଙ୍କୁ ୧୦ ଲକ୍ଷ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ଯୋଗାଇ ଦିଆଯାଉଛି। ନିରାମୟ ଯୋଜନାରେ ମାଗଣା ଔଷଧ ଯୋଗାଇ ଦିଆଯାଉଛି ।