ଯାହା ହେବା କଥା ହେଉ ମୁଁ କିନ୍ତୁ ହାରିବିନି

କାକଟପୁର (କେନ୍ୟୁଜ) : କାକଟପୁର ବ୍ଲକର ବାଜପୁର ଗାଁ । ଆଉ ଇଏ ହେଉଛନ୍ତି ବୁଢିଆ ନାନୀ | ପୂରା ନାମ ବିମଳା ବାରିକ । ବୁଢିଆ ନାନୀ ବାଜପୁର ଆଉ କାକଟପୁର ଅଞ୍ଚଳର ଏକମାତ୍ର ମହିଳା ନାପିତ ଭାବରେ ବେଶ ଜଣାଶୁଣା |

ସକାଳ ହେବାକ୍ଷଣି ନାନୀର ହାତରୁ ଖିଅର ହେବାପାଇଁ ଘର ବାରଣ୍ଡା ରେ ଲୋକଙ୍କ ଲାଇନ ଲାଗିଯାଏ | କିନ୍ତୁ ଖାସ କଥା ହେଉଛି ଏଇଆ ଯେ ଆଜିକାଲିର ଆଧୁନିକ ଜମାନାରେ ଯୁବପିଢି ମାନେ ସେଲୋନ ପାର୍ଲରକୁ ଯାଇ ମର୍ଡନ କଟରେ ଚୁଟି ଏବଂ ଦାଢି କଟୁଥିବା ବେଳେ ଏଠି ପାରମ୍ପରିକ ଢଙ୍ଗରେ ବୁଢିଆ ନାନୀ ଲୋକମାନଙ୍କୁ ବାରଣ୍ଡାରେ ପିଢା ଉପରେ ବସାଇ ଖୁର ଏବଂ କଇଞ୍ଚିରେ ଖିଅର କରିଥା ଏ |

ବୁଢିଆ ନାନୀ ପାଖରେ ପାରମ୍ପରିକ ଢାଞ୍ଚାରେ ଖିଅର ହେବାପାଇଁ କେବଳ ବୟୋଜେଷ୍ଟ ଲୋକମାନେ ଆସିଥାନ୍ତି | ଯିଏ ଯାହା ପାରିଶ୍ରମିକ ଦେଇଥାନ୍ତି ତାକୁ ସେ ଖୁସିରେ ଗ୍ରହଣ କରିଥା ଏ | ବର୍ତ୍ତମାନର ବଜାର ମୂଲ୍ୟ ହିସାବରେ ଦାଢିଟେ କାଟିଲେ ବି ୩୦ରୁ ୪୦ ଟଙ୍କା ଦେବାକୁ ପଡୁଥିବା ବେଳେ ବୁଢିଆ ନାନୀ ଲୋକଙ୍କ ଠାରୁ ୫ ଟଙ୍କା ରୁ ୧୦ ଟଙ୍କା ରଖିଥାଏ |

ଏମିତି ଆଖ ପାଖ ଚାରିଖଣ୍ଡି ଗାଁର ଲୋକମାନଙ୍କୁ ନାପିତ ସେବାକରି ବାର୍ଷିକ ପାଉଣାରେ ବୁଢିଆ ନାନୀର ପରିବାର ପ୍ରତିପୋଷଣ ହୋଇଥାଏ | ଆଉ ବର୍ଷ ଶେଷକୁ ଖାଉନ୍ଦ ମାନେ ଯାହା ଧାନ ଚାଉଳ ଦେଇଥାନ୍ତି ସେଇଥିରେ ତାର ପରିବାର ଚଳେ | ବର୍ଷ ସାରା ଲୋକଙ୍କ ସେବାକରୀ ପରିବାରର ମୁଣ୍ଡପିଛା ପାଞ୍ଚଗୌଣି ଧାନ ପାଇଥାଏ, ସେହି ଧାନକୁ ବିକ୍ରିକରି ଯାହା ମିଳେ ସେଥିରେ ତାର ଚୂଳି ଜଳେ ।

ଘରେ ପରିବାର କହିଲେ ଗୋଟିଏ ବୋଲି ପୁଅ,ବୋହୁ ଏବଂ ନାତି ନତୁଣୀ | କିନ୍ତୁ ଶୁଣିଲେ ହୁଏତ ବେଶୀ ଖରାପ ଲାଗିବ ଯେ ପୁଅ ତାଙ୍କର ଜଣେ ଅନଗ୍ରସର ରୋଗୀ । ତେଣୁ ରୋଜଗାର କହିଲେ କେବଳ ତାଙ୍କର | ଯାହା କିଛି ରୋଜଗାର ହୋଇ ବି ଥାଏ ସେଥିରେ ନାତି ନାତୁଣୀଙ୍କ ପଢିବା ଖ ର୍ଚ୍ଚ ଉଠାଇବା କାଠିକର ପାଠ |

ଅତି ଦୁଖ ଭରା ଜୀବନ ହେଉଛି ତାଙ୍କର । ଜୀବନ ଯୁଦ୍ଧରେ ସଂଗ୍ରାମ କରି ଏ ପର୍ଯ୍ୟନ୍ତ ପରିବାରର ବୋଝକୁ ନିଜ କାନ୍ଧରେ ବାହୀ ଚାଲିଛନ୍ତି ଏହି ବୃଦ୍ଧା | ଅସ୍ତରଙ୍ଗ ନିକଟ ଅଠତିରା ଗ୍ରାମରେ ବିବାହ କରିଥିଲେ । ହେଲେ କିଛିଦିନ ସ୍ବାମୀଙ୍କ ସହ ସଂସାର ବାନ୍ଧି ଚାଲିଲା ପରେ ଦୁଇଟି ସନ୍ତାନ । କିନ୍ତୁ କଣ ହେଲା କେଜାଣି ହଠାତ ସ୍ଵାମୀ ତାଙ୍କର ହାତଛାଡି ଚାଲିଗଲେ | ସ୍ଵାମୀ ପରିତ୍ୟକ୍ତା ହେବାପରେ ଦୁଇ ପିଲାଙ୍କୁ ଧରି ନିଜ ବାପାଙ୍କ ଘରକୁ ଚାଲିଆସିଥିଲେ ବିମଳା । ବିମଳାଙ୍କ ବାପା ଥିଲେ ଜଣେ ନାପିତ । ସେହି ସେବାକରୀ ଝିଅଙ୍କୁ ତାଙ୍କର ପୋଷିଲେ । ହେଲେ ଏମିତି ବା କେତେଦିନ ଚାଲିଥାନ୍ତା । ଦିନେ ଝିଅକୁ ଡାକି କହିଲେ ମାରେ ମୋର ଆଗକୁ କି ପଛକୁ କେହି ନାହାନ୍ତି କ । କାଲି ଯଦି ମୋର କିଛି ହୋଇଯାଏ ତେବେ ତୁ କେମିତି ବଞ୍ଚିବୁ ? ତେଣୁ ଏବେଠାରୁ ତୁ ଆମର ଏହି ନାପିତ କୌଳିକ ବୃତିକୁ ଶିଖ ,ଏହି ବୃତି କରି ମୋ ଅନ୍ତେ ତୁ ବଞ୍ଚିଯାଇ ପାରିବୁ | ବାପାଙ୍କ କଥାରେ ବୁଢିଆ ନାନୀ କୌଳିକ ବୃତିକୁ ଆପଣେଇନେଲେ |

କିଛିଦିନ ପରେ ବାପା ଆରପ ।ରିକୁ ଚାଲିଗଲେ । ବାପା ଛାଡିଯାଇଥିବା ଆଖ ପାଖ ପ୍ରାୟ ଚାରିଖଣ୍ଡ ଗ୍ରାମର ଲୋକମାନଙ୍କର ସେବାକଲେ ସେ | ସେବେଠାରୁ 35 ବର୍ଷ ହେବ ବୁଢିଆ ନାନୀଙ୍କୁ ଲୋକମାନେ ବି ସେମିତି ଭାବରେ ଦେଖିଆସୁଛନ୍ତି । ସେ ଶୁଦ୍ଧିକ୍ରିୟା ହେଉ ଅବା ବିବାହ ବ୍ରତ ସବୁଠି ନାପିତ କାର୍ଯ୍ୟ କରିଥାନ୍ତି ବୁଢିଆ ନାନୀ | ତା ସହ ଗ୍ରାମର ଗ୍ରାମାଦେବୀଙ୍କ ସେବପୂଜା ଦାଇତ୍ଵ ମଧ୍ୟ ରହିଛି ବୁଢିଆ ନନୀଙ୍କ ଉପରେ | ଜଣେ ପୁରୁଷ ଯେଉଁ କାର୍ଯ୍ୟ କରିଥାନ୍ତି ଶେଠୀ ବୁଢିଆ ନାନୀ ସେହି କାର୍ଯ୍ୟକୁ ବିନା କୌଣସି ଦ୍ୱିଧାରେ କରିଥାନ୍ତି |

ଆଜିର ପୁରୁଷ ପ୍ରଧାନ ସମାଜରେ ନାରୀଟିଏ ଅନେକ ସମୟରେ ଦୁର୍ବଳା,ଅବଳା ବୋଲି ନିଜକୁ ଭାବିଥାଏ | କିନ୍ତୁ ପରିସ୍ଥିତି ଏବଂ ଦାରିଦ୍ରତା ଅନେକ ସମୟରେ ସେହି ନାରୀଟିକୁ ସମାଜ ଆଗରେ ଶକ୍ତ କରି ଗଢି ତୋଳିବାକୁ ବାଧ୍ୟ କରିଥାଏ | ତାର ଜ୍ୱଳନ୍ତ ଉଦାହରଣ ଆମ ଏଇ ବୁଢିଆ ନାନୀ ।

କେହି ଯଦି ଛାଡି ଚାଲିଯାଏ, ତେବେ କଣ ଜୀବନଟା ସେଇଠି ରହିଯାଏ କି । ନାଁ କାରଣ ଏ ଲମ୍ବାରାସ୍ତାଏମିତି ସେମିତି ନୁହେଁ । ଏଠି ବାଟ ଚାଲିବାକୁ ଆଉ ପେଟ ଖଣ୍ଡକ ପୋଷିବାକୁ କିଛି ନା କିଛି କରିବାକୁ ହେବ । ଏକଥାକୁ ଭଲଭାବରେ ବୁଝିନେଇଛନ୍ତି ବୟସର ଅପରାହ୍ନରେ ଥିବା ଏହି ବୃଦ୍ଧାଜଣକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.