କେନ୍ଦ୍ରାପଡା ରାଣୀପୋଖରୀ ଗାଁରେ ମଇଁଷି ମଡ଼କ, ମାସକ ମଧ୍ୟରେ ମଲେଣି ୨୦ରୁ ଅଧିକ

ଆଳି: ମଇଁଷି ମଡ଼କ, ଚିନ୍ତାରେ ମଇଁଷି ପାଳକ । କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ରାଣୀପୋଖରୀ ଗାଁରେ ମଇଁଷି ମଡ଼କ ଦେଖିବାକୁ ମିଳିଛି । ମାସକ ମଧ୍ୟରେ ୨୦ରୁ ଅଧିକ ମଇଁଷି ମରିଥିବା ଅଭିଯୋଗ ହୋଇଛି । ପ୍ରଥମେ ମଇଁଷି ଗୁଡ଼ିକୁ ଝାଡ଼ା ହେଉଛି, ପରେ ଘୁମଉଛନ୍ତି । ଆଉ ଦିନେ ଦୁଇ ଦିନ ମଧ୍ୟରେ ମୃତ୍ୟୁ ମୁଖରେ ପଡୁଛନ୍ତି । ଯେତେ ଚିକିତ୍ସା କଲେ ମଧ୍ୟ ଔଷଧ କାମ ଦେଉନାହିଁ । ଫଳରେ ମଇଁଷି ପାଳକ ମାନେ ଚିନ୍ତାରେ ପଡ଼ିଛନ୍ତି ।

ରାଣୀପୋଖରୀ ଗାଁର ୫୦ରୁ ଅଧିକ ଲୋକ କୌଳିକ ବୃତ୍ତି ଭାବେ ମଇଁଷି ପାଳନ କରି ନିଜର ପରିବାର ପ୍ରତିପୋଷଣ କରଥାନ୍ତି । ହେଲେ ବାରମ୍ବାର ମଇଁଷି ମଡ଼କ ହେଉଥିବାରୁ ଚିନ୍ତାରେ ପଡିଛନ୍ତି ମଇଁଷି ପାଳକ । ବିଶେଷଜ୍ଞ ଡାକ୍ତର ଟିମ ଦ୍ୱାରା ମଇଁଷିଗୁଡିକର ଚିକିତ୍ସା ପାଇଁ ସେମାନେ ଦାବି କରିଛନ୍ତି । ଅନ୍ୟପଟେ ମଇଁଷିଗୁଡ଼ିକୁ ଭଲ କରିବା ପାଇଁ ଚେଷ୍ଟା ଜାରି ରହିଥିବା ଆଳିର ପଶୁ ଚିକିତ୍ସକ କହିଛନ୍ତି ।

Leave A Reply

Your email address will not be published.