ଜମିବାଡ଼ି କିଣାବିକା ବିବାଦରୁ ଗଡ଼ିଲା ମୁଣ୍ଡ : ରାଜଧାନୀରେ ବିଲଡରଙ୍କୁ ପିଟିପିଟି ହତ୍ୟା ଅଭିଯୋଗ

ଭୁବନେଶ୍ୱର : ରାଜଧାନୀରେ ପୁଣି ହତ୍ୟାକାଣ୍ଡ । ବିଲଡରଙ୍କୁ ପିଟିପିଟି ହତ୍ୟା ଅଭିଯୋଗ ।  ଏୟାର ଫିଲଡ଼ ଥାନା ଅନ୍ତର୍ଗତ ଜାମୁକୋଳି କାଜୁ ଜଙ୍ଗଲରେ ସଂଘବଦ୍ଧ ଆକ୍ରମଣରେ ଭୁବନେଶ୍ବର ୟୁନିଟ-୬ ଅଞ୍ଚଳରେ ରହୁଥିବା ବିଲଡର ସସ୍ମିତ ବିଶ୍ବାଳ ଓରଫ ଚିନୁଙ୍କ ମୃତ୍ୟୁ ଘଟିଛି । ତାଙ୍କୁ ଦୁର୍ବୃତ୍ତମାନେ ରଡ ଓ ଲାଠିରେ ପିଟି ପିଟି ହତ୍ୟା କରିଥିବା ପାରିପାର୍ଶ୍ବିକ ସ୍ଥିତିରୁ ସ୍ପଷ୍ଟ ହୋଇଛି । ଏହି ହତ୍ୟାକାଣ୍ଡରେ ସ୍ଥାନୀୟ ପ୍ରଧାନସାହି ଅଞ୍ଚଳର କିଛି ଯୁବକଙ୍କ ହାତ ଥିବା ସନ୍ଦେହ କରାଯାଉଛି ।

ଏହି ଘଟଣାରେ ସାତ ଜଣ ଅଭିଯୁକ୍ତ ରହିଥିବା ବେଳେ ତିନି ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛି ପୋଲିସ । ଜମିବାଡ଼ି କିଣାବିକା ଓ ଦଖଲକୁ ନେଇ ଚିନୁଙ୍କ ସହ କିଛି ଯୁବକଙ୍କ ବିଦାଦ ଥିଲା ।  ଏହି ମାମଲା ଥାନା ପର୍ଯ୍ୟନ୍ତ ଯାଇଥିଲା ।  FIRରେ ଥିବା ଅଭିଯୁକ୍ତ ଟୁଲୁ ମହାନ୍ତିଙ୍କ ସହ ପାର୍ଟନର ଥିଲେ ସସ୍ମିତ ବିଶ୍ବାଳ । ପ୍ରଧାନ ସାହି ମୌଜାରେ ଥିବା ଜମିରେ ପାର୍ଟନର ଥିଲେ । ପରେ ଜମି କୁ ନେଇ ବିବାଦ ହୋଇଛି ।  ଏହି ବିବାଦରୁ ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି ।  ଏୟାର ଫିଲଡ଼ ଥାନାରେ BNS 103(1),103(2),61(2) ରେ ମାମଲା ରୁଜୁ ହୋଇଛି ।

 

ଆହୁରି ପଢ଼ନ୍ତୁ : ଜାଲ ସାର୍ଟିଫିକେଟରେ ସରକାରୀ ଚାକିରୀ କରିବା ଘଟଣା, ମୁହଁ ଖୋଲିଲେ ଅଧ୍ୟାପକ