ବିଲଡରଙ୍କୁ ଭୁବନେଶ୍ୱରରୁ ଅପହରଣ, ବ୍ରହ୍ମପୁରରେ ଆକ୍ରମଣ

ଭୁବନେଶ୍ୱର(କେନ୍ଯୁଜ୍): ଭୁବନେଶ୍ୱରରୁ ଅପହରଣ ବ୍ରହ୍ମପୁରରେ ଆକ୍ରମଣ। ଆକ୍ରମଣର ଶୀକାର ଯୁବକ ଜଣକ ବିଲଡର ରାହୁଲ ସ୍ୱାଇଁ। ଟଙ୍କା କାରବାର ନେଇ ରାହୁଲଙ୍କୁ ଅପହରଣ କରାଯାଇଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି।

ଗତ ରବିବାର ସନ୍ଧ୍ୟାରେ କିଛି ଦୁର୍ବୃତ୍ତ ଭୁବନେଶ୍ୱର CRPF ଛକ ନିକଟରୁ ଅପହରଣ କରିନେଇଥିଲେ। ଅପହରଣ କରି ବ୍ରହ୍ମପୁରର ଏକ ନିଛାଟିଆ ଅଞ୍ଚଳରେ ବିଲଡରଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ବିଲଡର ରାହୁଲ କୌଶଳକ୍ରମେ ସେଠାରୁ ଖସି ଆସି ଏମ୍‌କେସିଜି ମେଡିକାଲରେ ପହଞ୍ଚିଥିଲେ। ଏହି ଘଟଣାରେ ନୟାପଲ୍ଲୀ ଥାନା ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ବଲିଡରଙ୍କୁ କିଏ ଓ କଣ ପାଇଁ ଆକ୍ରମଣ କଲା ସେନେଇ ତଦନ୍ତ ଜାରି ରହିଛି। ଭୁବନେଶ୍ୱର ସହ କୋଲକାତାରେ ତାଙ୍କର ଅଫିସ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.