ବାଲେଶ୍ବର: ନୂଆ ଜ୍ଞାନ କୌଶଳରେ ୯ ପୁଟ ଉପରକୁ ଉଠିଲା ବିଲ୍ଡିଂ, ବିଶ୍ବାସ ହେଉନି ନା? ପଢନ୍ତୁ ପୂରା ଖବର

ବାଲେଶ୍ବର(କେନ୍ୟୁଜ୍):  ଘର ତୋଳିବା  ଯେଭଳି ଖର୍ଚ୍ଚାନ୍ତ ସେହିଭଳି ତୋଳାହୋଇଥିବା ଘରକୁ ଭାଙ୍ଗି ପୁଣି ନୂଆ ରୂପ ଦେବା ସମୟ ସାପେକ୍ଷ ଓ କଷ୍ଟ ସାଧ୍ୟ ବ୍ଯାପାର। କିନ୍ତୁ ପରିସ୍ଥିତିରେ ପଡି ରାସ୍ତାଠାରୁ ତଳକୁ ଥିବା ଘରକୁ  ଉଠାଇବା ଆଉ ରାସ୍ତା ଠାରୁ ଉଚ୍ଚା କରିବାକୁ ପଡେ । ସେଭଳି ଏକ ଦୁଃସାହସିକ ପଦକ୍ଷେପ ନେଇଛନ୍ତି  ବାଲବର ସହଦେବଖୁଣ୍ଟା ଅଞ୍ଚଳର ଚତୁର୍ଭୁଜ ଜେନା । ବୃତ୍ତିରେ ଜଣେ ଆଇନଜୀବି ଭାବେ ବେଶ୍‌ ଜଣାଶୁଣା । ସହଦେବଖୁଣ୍ଟା  ଅଞ୍ଚଳରେ ୨୦୦୫ ମସିହାରୁ ର୍ନିମାଣ କରିଥିଲେ ଏକ ୩ ମହଲା ବିଶିଷ୍ଟ କୋଠା । ହେଲେ ସମୟ ଅନୁସାରେ ଘର ଆଗ କଂକ୍ରିଟ ରାସ୍ତା ଉଚ୍ଚତା ବଢିଗଲା ଆଉ ଘର ରାସ୍ତା ଠାରୁ ଢେର ତଳକୁ ରହିଗଲା । ଶେଷରେ ନିଜ କଷ୍ଟ ଅର୍ଜିତ ଘରକୁ ନ ଭାଙ୍ଗି ରାସ୍ତା ଉପରୁ ଘରକୁ ଉଠାଇବା ପାଇଁ ବିହାରର ମିସ୍ତ୍ରୀଙ୍କ ସହ ଯୋଗ ଯୋଗ କରିଥିଲେ ।

ଏବେ ଦେଢ଼ ମାସ ହେବ ତିନିମହଲା ଘରକୁ ଉଠାଇବାକୁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି ବିହାରରୁ ଆସିଥିବା ମିସ୍ତ୍ରୀ ମାନେ । ଘରର ତଳଭାଗ ରେ ଗୋଟେ ଗୋଟେ କରି ୨୨୫ ଟି ଜ୍ଯାକ ଲାଗିଛି । ଆଉ ଲାଗିଛନ୍ତି ୧୮ ଜଣ ମିସ୍ତ୍ରୀ । ୧ ହଜାର ବର୍ଗଫୁଟର ୩ ମହଲା କୋଠାଘରକୁ ୯ ଫୁଟ ଉଚ୍ଚାକୁ ଉଠାଇବା ପାଇଁ ଚାଲିଛି କାମ । ଗତ ୪୫ ଦିନ ମଧ୍ୟରେ ଏହି କୋଠାଘରକୁ ୮ ଫୁଟ ଉଚ୍ଚାକୁ ଉଠାଯାଇଛି । ଆଗାମି ୧୫ଦିନ ମଧ୍ୟରେ ଏହାକୁ ୯ ଫୁଟ ପର୍ଯ୍ଯନ୍ତ ଉଠାଯିବ ବୋଲି କାରିଗର କହିଛନ୍ତି ।

ବାଲେଶ୍ଵର ଚାନ୍ଦମାରି ପଡ଼ିଆରେ ରାସ୍ତା ଉଚ୍ଚା ହେବାରୁ ଚତୁର୍ଭୁଜ ଜେନାଙ୍କର ଘର ରାସ୍ତାର ଉଚ୍ଚତା ଠାରୁ ୯ ଫୁଟ ତଳେ ରହିଯାଇଥିଲା । ଫଳରେ ବର୍ଷା ଦିନେ ଘରେ ପାଣି ପଶିବା ସହ ଘରେ ଥିବା ଆସବାବପତ୍ର ବିଭିନ୍ନ ସମୟରେ ନଷ୍ଟ ହେଉଥଲା । ତେଣୁ ଚତୁର୍ଭୁଜ ବାବୁ ଘର ଭାଙ୍ଗି ପୁଣି ଘର ତିଆରି କରିବା ଠାରୁ ଘରକୁ ଉପରକୁ ଉଠାଇବାକୁ ଯୋଜନା କରିଥିଲେ ।  ଶେଷରେ ବିହାରର ମାଧପୁର ଅଞ୍ଚଳର କାରିଗର ବବୁଲ କୁମାର ଯାଦବ ସହିତ ଯୋଗାଯୋଗ କରିବା ପରେ ଏହା ଜ୍ଯାକ୍‌ ମାଧ୍ୟମରେ ସମ୍ଭବ ବୋଲି ଜଣାପଡ଼ିଥିଲା ।

ତେବେ ଏହି କୋଠାଘରକୁ ଉଠାଇବାକୁ  ୨୨୫ ଟି ଜ୍ଯାକ୍‌ ଲାଗିଥିବା ବେଳେ ଏହି କାମରେ ଲାଗି ଥିବ ୧୮ ଜଣ ମିସ୍ତ୍ରୀଙ୍କୁ ପ୍ରତିଦିନ କେବଳ ଏକ ଫୁଟ ସମ୍ଭବ ହେଉଛି । ତେବେ ଆଗାମୀ ୧୫  ଭିତରେ ଘର ସମ୍ପୂର୍ଣ୍ଣ ଭାବରେ ୯ ଫୁଟ ଉଠିବା ସହ କାର୍ଯ୍ଯ ଶେଷ ହେବା ବୋଲି ମିସ୍ତ୍ରୀ ମାନେ କହିଛନ୍ତି  । ଘର ତିଆରି ଠାରୁ ଏହି ଖର୍ଚ୍ଚ କମ୍‌ ଲାଗୁଥିବାରୁ ଲୋକେ କୋଠାଘର ଉଚ୍ଚା କରିବାରେ ଏହି କୌଶଳ ବ୍ଯବହାର କରିବାକୁ ପସନ୍ଦ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.