ତିହିଡି ବଜାରରେ ବୁଲିଲା ବୁଲଡୋଜର, ୧୨୩ଟି ଉଠା ଦୋକାନ ଚୁରାମାର

ଭଦ୍ରକ: ଭଦ୍ରକ ଜିଲ୍ଲା ତିହିଡି ବଜାରରେ ବୁଲିଲା ବୁଲଡୋଜର । ୧୨୩ଟି ଉଠା ଦୋକାନ ଚୁରାମାର। ପ୍ରଶାସନ ପକ୍ଷରୁ ବାରମ୍ବାର ନୋଟିସ୍ ପରେ ଜବରଦଖଲକାରୀ ଶୁଣିନଥିଲେ । ଶେଷରେ ବାଧ୍ୟ ହୋଇ ବୁଲଡୋଜର ଚାଲିଥିଲା । ୪ଟି ମେସିନ ଲଗାଇ ଦୋକାନ ଘର ଭଙ୍ଗାଯାଇଛି । ଉଚ୍ଛେଦ ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ । ଉଠା ଦୋକାନୀଙ୍କ ଉଚ୍ଛେଦ ଦ୍ବାରା ତିହିଡି ବଜାରର ଡ୍ରେନେଜେ ଓ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଆରମ୍ଭ ।
ସୂଚନାନୁଯାୟୀ, ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ସମ୍ପ୍ରସାରଣ ସମୟରେ ୨୦୧୨ ମସିହାରେ ଉଠା ଦୋକାନରଙ୍କୁ କ୍ଷତିପୂରଣ ଦିଆଯାଇଥିଲା । ୨୦୨୧ ମସିହାରେ ଆରଏମସି ପକ୍ଷରୁ ୨ଶହରୁ ଉର୍ଦ୍ଧ୍ବ ଦୋକାନୀଙ୍କୂ ଗୃହ ଯୋଗାଇ ଦିଆଯାଇଥିବା ତହସିଲଦାରଙ୍କ ପକ୍ଷରୁ ସୂଚନା ମିଳିଛି ।
ଆହୁରି ପଢ଼ନ୍ତୁ : ବଜ୍ରପାତରେ ଦଶମ ଶ୍ରେଣୀ ଛାତ୍ର ମୃତ, କ୍ରିକେଟ ଖେଳୁଥିବା ବେଳେ ଟଳି ପଡ଼ିଲେ