ବିଜେବି କଲେଜ ବାରଣ୍ଡାରେ ରାତି ଅଧରେ ବୁଲୁଛି ବୁଲେଟ୍‌, ଭିଡିଓ ଭାଇରାଲ୍

ଭୁବନେଶ୍ୱର(କେନ୍ୟୁଜ୍): କଲେଜ ବାରଣ୍ଡାରେ ରାତି ଅଧରେ ବୁଲୁଛି ବୁଲେଟ୍‌। ବୁଲେଟ୍‌ ଚଳାଇବାର ଇନଷ୍ଟାଗ୍ରାମ୍‌ ରିଲ୍‌ସ ଭିଡିଓ ଏବେ ଭାଇରାଲ। ବିଜେବି କଲେଜ ଅଫିସ କ୍ୟାମ୍ପସରେ ଜଣେ ଯୁବକ ବୁଲେଟ୍‌ ଚଲାଇ ଭିଡିଓ ଭାଇରାଲ କରିଛନ୍ତି।

କିଏ ଓ କେମିତି ବୁଲେଟରେ ବସି ଭିଡିଓ ଭାଇରାଲ କଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କଲେଜ ମୋବାଇଲ ନମ୍ବରରେ ଏହି ଭିଡିଓ ଆସିଥିବାରୁ ବିଜେବି କଲେଜରେ ଏହା ସୁଟିଂ କରାଯାଇଥିବା ସନ୍ଦେହ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.