ଗାଡିରୁ ମିଳିଲା ପୁଳାପୁଳା ଟଙ୍କା, ଚେକିଂ ବେଳେ ବାହାରିଲା ୪ ଲକ୍ଷ ୭୭ ହଜାର ଟଙ୍କା

ଭୁବନେଶ୍ୱର : ଗାଡିରୁ ମିଳିଲା ପୁଳାପୁଳା ଟଙ୍କା । ଚେକିଂ ବେଳେ ବାହାରିଲା ୪ ଲକ୍ଷ ୭୭ ହଜାର ଟଙ୍କା । ଭୁବନେଶ୍ୱର କମିଶନରେଟ ପୋଲିସର କଡା ଚେକିଂ ବେଳେ ଓମ୍ଫେଡ୍ ଛକରୁ ଧରା ପଡ଼ିଲା ଅମାନିଆ ଚାଳକ । ଚାଳକ ଜଣକ ମଦ୍ୟପାନ କରି ଗାଡ଼ି ଚଳାଉଥିବା ବେଳେ ଦ୍ରୁତଗତିରେ ପୋଲିସ ବ୍ୟାରିକେଟ୍ କୁ ପିଟିଥିଲେ ଦିବ୍ୟଜ୍ୟୋତି ନାୟକ । ଏଥିରେ ଗାଡ଼ିର ବାମ୍ଫର୍ ଚୁରମାର ହୋଇଯାଇଛି । ଏହାକୁ ନେଇ ପୋଲିସ ଚାଳକଙ୍କ ବ୍ରିଥ୍ ଅନାଲାଇଜର ଟେଷ୍ଟିଂ କରିବା ପରେ ଚାଳକ ପ୍ରବଳ ମଦ ନିଶାରେ ରହିଥିବା ଦେଖିବାକୁ ମିଳିଛି ।

ଅନ୍ୟପଟେ ଗାଡ଼ିର ତଦାରଖ କରିବା ବେଳେ ଗୋଟେ ବ୍ୟାଗରୁ ବିଡା ବିଡ଼ା ନୋ୍ଟ ଓ ଗୋଟିଏ ଲାପଟପକୁ ଜବତ କରିଛି ପୋଲିସ । ଏହାସହ ଗାଡ଼ିକୁ ସିଜ୍ କରିଛି ପୋଲିସ । ଜବତ ଟଙ୍କାକୁ ନେଇ ଚାଳକଙ୍କଠାରୁ କୌଣସି ସନ୍ତୋଷଜନକ ଉତ୍ତର ମିଳିନଥିବାରୁ ଥାନାକୁ ନେଇ ଅଧିକ ପଚରାଉଚରା କରିଛି ପୋଲିସ । ଏତେ ପରିମାଣର ଟଙ୍କା ସେ କୁଆଡୁ ଆଣିଲେ ସେ ନେଇ ଖୋଳତାଡ଼ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like