ବରାହ ଶିକାର ପାଇଁ ଖଞ୍ଜିଥିଲେ ବୋମା, ଫାଟିଲା ବଦଳ ମୁହଁରେ

କେନ୍ଦୁଝର : ବରାହ ଶିକାର ପାଇଁ ଶିକାରୀ ବୋମା ଖଞ୍ଜିଥିଲେ ।  ବୋମାରେ ବରାହ ଶିକାର ତ ହେଲା ନାହିଁ, କିନ୍ତୁ ଅଫୁଟା ବୋମାକୁ ଏକ ବଳଦ ଖାଇଦେବାରୁ ବଳଦ ମୁହଁରେ ଫାଟିଯାଇଥିଲା ବୋମା। ଫଳରେ ବଳଦଟି ଗୁରୁତର ହୋଇଛି। ବଳଦର ପୁରା ମୁଁହ ଟି ଛୀନଛତ୍ର ହୋଇଯାଇଛି ଏପରି ଏକ ଘଟଣା ଘଟିଛି କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ଖୁଣ୍ଟାପଡା କେନ୍ଦୁଆଦରି ମୁଣ୍ଡା ସାହିରେ । ଆଜି ସକାଳେ ଖୁଣ୍ଟାପଡା ଗ୍ରାମର ଗଉଡ଼ ରମେଶ ମହାକୁଡ଼ ଗୋରୁପଲକୁ ନେଇ କେନ୍ଦୁଆଦରି ମୁଣ୍ଡା ସାହି ପାଖରେ କଟା ସରିଥିବା ଏକ ଧାନ ତଇଲା ପାଖରେ ଚରାଉଥିଲେ।

ତେବେ ବରାହ ଶିକାର ପାଇଁ ଧାନ କ୍ଷେତ ପାଖରେ ଶିକାରୀମାନେ ଏକ ବୋମା ରଖିଥିଲେ ଯାହାକୁ ଏକ ବଳଦ ଖାଇ ଦେଇଥିଲା ଫଳରେ ବୋମାଟି ବଳଦର ମୁଁହରେ ଫାଟିଯାଇଥିଲା। ବୋମା ଫାଟିବା ଯୋଗୁଁ ବଳଦର ମୁହଁର ଜିଭ ଦାନ୍ତ ଆଦି ଦୁରକୁ ଛିଟିକି ପଡିଥିଲା।  ବଳଦଟି ଗୁରୁତର ଆହତ ହୋଇଥିଲା। ବରାହ ଶିକାରୀ ମାନେ ଏବେ ବରାହ ଶିକାର ପାଇଁ ବିଭିନ୍ନ ସ୍ଥାନରେ ଥିବା ପାଚିଲା ଧାନ କ୍ଷେତ ନିକଟରେ ବୋମା ଖଞ୍ଜୁଛନ୍ତି ଯାହା ପାଇଁ ଚିନ୍ତା ବଢିଛି। ଅନ୍ୟପଟେ ଗୁରୁତର ବଳଦଟି ରେବତୀ ମହାକୁଡ଼ଙ୍କର ଵୋଲି ଜଣାପଡିଛି ।