ଭୀମସାର ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ପ୍ରତିବାଦ, ୧୨ଘଣ୍ଟିଆ ବୁର୍ଲା ବନ୍ଦ ଡାକରା

ବୁର୍ଲା(କେନ୍ୟୁଜ୍) : ଭୀମସାର ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନର ପ୍ରତିବାଦରେ ତେଜିବାରେ ଲାଗିଛି ଜନ ଆନ୍ଦୋଳନ। ବୁର୍ଲା ସଚେତନ ନାଗରିକ ମଞ୍ଚ ପକ୍ଷରୁ ଆଜି ୧୨ଘଣ୍ଟିଆ ବୁର୍ଲା ବନ୍ଦ ଡାକରା ଦିଆଯାଇଛି। ଅଶ୍ୱିନୀ ପୂଜାହାରୀଙ୍କୁ ପୁନଃ ଅବସ୍ଥାପିତ କରିବାକୁ ଦାବି କରାଯାଇଛି। ବନ୍ଦ ଯୋଗୁଁ ସ୍କୁଲ, କଲେଜ ଓ ସରକାରୀ କାର‌୍ୟ୍ୟାଳୟ ବନ୍ଦ ରହିଛି। ଗାଡି ଚଳାଚଳ ମଧ୍ୟ ଠପ୍‌ ହୋଇଯାଇଛି।

vmmmm କର୍ମୀମାନେ ରାସ୍ତା ମଝିରେ ଟାୟାର ଜାଳି ବିକ୍ଷୋଭ କରୁଛନ୍ତି। ତେବେ ଜରୁରୀକାଳୀନ ସେବାକୁ ବନ୍ଦରୁ ବାଦ୍‌ ଦିଆଯାଇଛି। ବୁର୍ଲା ସଚେତନ ନାଗରିକ ମଞ୍ଚ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାକୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସମର୍ଥନ କରାଯାଇଛି। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସହରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।

You might also like