ବୁର୍ଲା : ସିଲ୍ ହେଲା ବୁର୍ଲା ଭିସୁଟ୍। ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟକୁ ସିଲ୍ କରାଯାଇଛି। ଭିସୁଟର ଜଣେ ଅଧ୍ୟାପିକାଙ୍କ ସ୍ୱାମୀ କରୋନା ସଂକ୍ରମିତ ଚିହ୍ନଟ ପରେ ଏହି ପଦକ୍ଷେପ ନିଆଯାଇଛି। ଅଧ୍ୟାପିକାଙ୍କ ସ୍ୱାମୀଙ୍କର ବୁର୍ଲାରେ କୋଭିଡ୍ ପରୀକ୍ଷା ପରେ ପଜିଟିଭ୍ ବାହାରିଥିଲା।
ଏହାପରେ ତାଙ୍କୁ ଚିକିତ୍ସା ପାଇଁ ଅନୁଗୁଳ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହାପରେ ବୁର୍ଲା ଭିସୁଟ୍ର କୁଳପତି ସମସ୍ତ ବିଭାଗକୁ ସାନିଟାଇଜ୍ କରିବା ପାଇଁ ବୁର୍ଲା ଅଗ୍ନିଶମ ବିଭାଗକୁ ଚିଠି ଲେଖିଛନ୍ତି। ସଂପୂର୍ଣ୍ଣ ସାନିଟାଇଜ୍ ନହେବା ପର୍ଯ୍ୟନ୍ତ ଭିସୁଟ୍କୁ ବନ୍ଦ କରାଯାଇଛି। ଏହାସହ ଅଧ୍ୟାପିକାଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି।