ଜୟପୁର : ନିଆଁରେ ପୋଡି ଜଳିଗଲା ଶିଶୁ, ମାଆ ଓ ପୁଅ ଗୁରୁତର ଆହତ

ଜୟପୁର (କେନ୍ୟୁଜ୍) : ନିଆଁରେ ପୋଡି ଜଳିଗଲା ଶିଶୁ । ଜୟପୁର ବୋରିଗୁମ୍ମା ପାରା ଗାଁରେ ଅଗ୍ନିକାଣ୍ଡ ଘଟି ୬ବର୍ଷ ଶିଶୁକନ୍ୟାର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଶିଶୁ ପୁତ୍ର ଓ ମାଆ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ପ୍ରଥମେ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କୋରାପୁଟ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ଗତକାଲି ରାତିରେ ତିନିଜଣ ଘରେ ଶୋଇଥିବାବେଳେ ନିଆଁ ଲାଗିଯାଇଥିଲା । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।