ରାଜ୍ୟ

ଘରେ ଅର୍ଦ୍ଧଦଗ୍ଧ ଅଵସ୍ଥାରେ ଏକା ପଡ଼ିଥିଲେ ବୃଦ୍ଧା, ଉଦ୍ଧାର କଲେ ସ୍ୱେଚ୍ଛାସେବୀ

ବରଗଡ଼ (କେନ୍ୟୁଜ୍‌) : ରୋଷେଇ କଲା ବେଳେ କେମିତି କେଜାଣି ଘରେ ନିଆଁ ଲାଗିଗଲା । ଘରେ ଥିବା ଜିନିଷପତ୍ର ପୋଡ଼ିଗଲା । ଆଉ ତା ସହିତ ନିଜେ ପୋଡ଼ିଗଲେ ୭୦ ବର୍ଷର ବୃଦ୍ଧା ବସନ୍ତ ସାହୁ । ଶରୀରର ବହୁ ଅଂଶ ପୋଡ଼ି ଯାଇଥିଲା ବସନ୍ତ ମା’ଙ୍କର । ପୋଡ଼ା ଯନ୍ତ୍ରଣା ସମ୍ଭାଳିବା ଭାରି କଷ୍ଟ । ସେହି ଯନ୍ତ୍ରଣାରେ ଛଟପଟ ହେଉଥିଲେ ବସନ୍ତ ମା । ଏ ଘଟଣା ହେଉଛି ବରଗଡ ବ୍ଲକ ଅନ୍ତର୍ଗତ ପଥର୍ଲା ଗ୍ରାମର ମୁନସୀ ପଡ଼ାର ।

ଏ ଖବର ପାଇବା ପରେ ତାଙ୍କ ପାଖରେ ପହଞ୍ଚିଥିଲେ ସ୍ଥାନୀୟ ଅଙ୍ଗନୱାଡ଼ି ଦିଦି ରୀନା ସାହୁ । ପଡ଼ାବାସୀ ଏବଂ ରୀନା ଦିଦି ମା ବସନ୍ତଙ୍କୁ ଖୁଆଇ ପିଆଇ ଦେଉଥିଲେ । ତାଙ୍କର କେହି ନାହାନ୍ତି । ଯିଏବି ସମ୍ପର୍କୀୟ ଥିଲେ ଖାଲି ଆସି ଦେଖି ଦେଇ ନିଜ କାମ ସାରି ବୃଦ୍ଧାଙ୍କୁ ସେହି ଅବସ୍ଥାରେ ଛାଡ଼ି ଚାଲିଗଲେ । ତେବେ ବସନ୍ତ ମା’ଙ୍କର ଏଭଳି ଅବସ୍ଥା ସମ୍ପର୍କରେ ଖବର ପାଇଲେ ନିଷ୍ଠା ପରିବାର । ଏହାର ସଦସ୍ୟ ସୁଜିତ ସାହୁ ଓ ଅଶ୍ୱିନୀ ତ୍ରିପାଠୀ ତୁରନ୍ତ ଆସି ପହଞ୍ଚିଲେ ଗରିବ, ଅସହାୟ ବସନ୍ତଙ୍କ ଘରେ । ବୃଦ୍ଧାଙ୍କ ଅଵସ୍ଥା ଅତ୍ୟନ୍ତ ଶୋଚନୀୟ ଥିଲା। ଗୋଟିଏ ଜାଗାରେ ଦୀର୍ଘ ତିନି ଦିନ ଧରି ପଡ଼ି ରିହି ଥିବାରୁ ଘର ଭିତର ଦୁର୍ଗନ୍ଧ ମଧ୍ୟ ହେଉଥିଲା। ୧୦୮ ଆମ୍ବୁଲାନ୍ସ ଡକାଇ ନିଷ୍ଠାର ସଦସ୍ୟମାନେ ବୃଦ୍ଧାଙ୍କୁ ବରଗଡ଼ ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଥିଲେ । ସେ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହେବା ପର୍ଯ୍ୟନ୍ତ ସବୁ ଦାୟିତ୍ଵ ନିଷ୍ଠା ପରିବାର ବହନ କରିବ ବୋଲି ସଂସ୍ଥାର ଉପଦେଷ୍ଟା ଅଶ୍ୱିନୀ ତ୍ରିପାଠୀ କହିଛନ୍ତି ।

ବସନ୍ତଙ୍କର କେହି ସଂପର୍କୀୟ ତାଙ୍କ ପାଖରେ ରୁହନ୍ତି ନାହିଁ । ସେ । ଘରେ ସେ ଏକା ରୁହନ୍ତି। ସରକାରୀ ଭତ୍ତା ଓ ଏଣେ ତେଣେ କାମ କରି ଚଳି ଯାଆନ୍ତି ବୃଦ୍ଧା ମା ଜଣକ। ହେଲେ ଏବେ ସେ ଦୁଃସମୟରେ । ଆଉ ଏହି ସମୟରେ ତାଙ୍କ ପାଖରେ ଠିଆ ହୋଇଛନ୍ତି ସ୍ୱେଚ୍ଛାସେବୀମାନେ ।

KNews Bureau

Recent Posts

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

1 min ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

7 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

19 mins ago

ହାଇଦ୍ରାବାଦ ରେଷ୍ଟୁରାଣ୍ଟର ଚିକେନ୍‌ ବିରିୟାନୀରୁ ବାହାରିଲା ପୋକ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଗ୍ରାହକ

ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍‌ ଆଦି ବାହାରିବା ନେଇ ସୋସିଆଲ…

25 mins ago

ଶପଥ ନେବା ପାଇଁ ଟ୍ରାକ୍ଟରରେ ସଂସଦ ପହଞ୍ଚିଲେ ରାଜସ୍ଥାନର ସାଂସଦ ଅମରାରାମ, ଭିଡିଓ ଭାଇରଲ

ସାଂସଦ ଅମରାରାମ ଦିଲ୍ଲୀ ରାଜସ୍ଥାନ ହାଉସରୁ ସଂସଦ ପାଇଁ ଟ୍ରାକ୍ଟରରେ ଯାତ୍ରା କରିଛନ୍ତି । ନିଜର ଦେଶୀ ରାଜସ୍ଥାନ ଅନ୍ଦାଜରେ…

30 mins ago

ସାପ ଧରିବାକୁ ଯାଇଥିଲେ, ହେଲେ ଜାରରେ ଭର୍ତ୍ତି କରିବା ସମୟରେ କାମୁଡିଦେଲା ହାତକୁ

ସୁବର୍ଣ୍ଣପୁର : ସାପ କାମୁଡାରେ ସାପ ଧରାଳୀର ମୃତ୍ୟୁ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଆଜି ଘଟିଯାଇଛି ଏଭଳି ଏକ…

31 mins ago