ବସ ଯାତ୍ରା ହେଲା ଶେଷ ଯାତ୍ରା, ୨ ଜଣ ପ୍ରାଣ ହରାଇଥିବା ବେଳେ ଚାରିଜଣ ଗୁରୁତର ଆହତ

ଚୌଦ୍ୱାର (କେନ୍ୟୁଜ୍) : ଚୌଦ୍ୱାର କଜଳକଣାରେ ବସ୍ ଓଲଟି ୨ ଜଣ ପ୍ରାଣ ହରାଇଥିବା ବେଳେ ଅନ୍ୟ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଆଉ କିଛି ଯାତ୍ରୀ ଆହତ ହୋଇଛନ୍ତି। ଉଦ୍ଧାର କାର‌୍ୟ୍ୟରେ ନିୟୋଜିତ ହୋଇଥିଲେ ପୋଲିସ ଓ ଅଗ୍ନିଶମ ବାହିନୀ ଟିମ୍। ନୀଳକଣ୍ଠ ନାମକ ବସଟି କଟକରୁ ଅନୁଗୁଳ ଯାଉଥିବା ବେଳେ ଭାରସମ୍ୟ ହରାଇ ବାଲି ଗଦାରେ ଓଲଟିପଡିଥିଲା ।
ଅଶୁଭ ସୋମବାର। ଦୁର୍ଘଟଣାର ଦିନ। ରାଜ୍ୟର ବିଭିନ୍ନ ସ୍ଥାନରେ ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ୭ ଜଣଙ୍କର ଜୀବନ ଯାଇଛି। ଆହତ ହୋଇଛନ୍ତି ଅନେକ।