ବସ୍ ଚକା ତଳେ ଚାଲିଗଲା ବାଇକ ଆରୋହୀଙ୍କ ଜୀବନ, ଘଟଣାସ୍ଥଳରେ ବସ ଜାଳିଦେଲେ ଲୋକେ

କାମାକ୍ଷାନଗର (କେନ୍ୟଜ): କାମାକ୍ଷାନଗର ମୁଖ୍ଯ ରାସ୍ତାର ଜଡ଼ାପାଳ ଛକ ନିକଟରେ ଯାତ୍ରୀବାହୀ ବସ ଧକ୍କାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ଯାହାକୁ ନେଇ ଉତ୍ତ୍ୟକ୍ତ ଲୋକମାନେ ବସଟିକୁ ଜାଳି ଦେଇଛନ୍ତି । ମୃତକ ଜଣଙ୍କ ତୁମୁସିଙ୍ଗା ଥାନା ସିରିମୂଳା ଗାଁର ମୁକୁନ୍ଦ ସାହୁ । ମୁକୁନ୍ଦ ନିଜ ବନ୍ଧୁ ଘର କାମାକ୍ଷାନଗର ଥାନା ରେକୁଳା ଗାଁରୁ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା ।

ଢେଙ୍କାନାଳରୁ ଜଗମୋହନପୁର ଯାଉଥିବା ଗଣେଶ ନାମକ ଏକ ଯାତ୍ରୀବାହୀ ବସ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡି ଯାଇଥିଲା । ଏ ନେଇ ଉତ୍ତ୍ୟକ୍ତ ଲୋକମାନେ ବସଟିକୁ ଜାଳିଦେବା ସହ କିଛି ସମୟ ଧରି ରାସ୍ତାରେ ହଙ୍ଗାମା କରିଥିଲେ । ତେବେ ଘଟଣା ସ୍ଥଳରେ ଚାପା ଉତ୍ତେଜନାକୁ ଦେଖି କାମାକ୍ଷାନଗର ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଅଧିକ ତଦନ୍ତ ଚଳାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.