ଘାଟିରୁ ଓଲଟିଲା ତୀର୍ଥଯାତ୍ରୀ ବସ୍ : ୪ ମୃତ, ୧୦ରୁ ଅଧିକ ଆହତ

ଜୟପୁର: ଘାଟିରେ ଓଲଟିଲା ବସ୍, ୪ ମୃତ । କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଡକରିଘାଟିରୁ ଓଲଟିଲା ତୀର୍ଥଯାତ୍ରୀ ବସ୍ । ଫଳରେ ୪ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ବୈପାରୀଗୁଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି ।  କଟକ ନିଆଳିରୁ ଗୁପ୍ତେଶ୍ବର ଯାଉଥିଲା ବସ୍  ।

ସୂଚନା ଥାଉକି, କଟକର ନିଆଳିରୁ ଗୁପ୍ତେଶ୍ୱର ଶୈବପୀଠକୁ ଯାଉଥିଲା ଟୁରିଷ୍ଟ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ସୁକୁନାଳ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତେବେ ଦୁର୍ଘଟଣାରେ କିଛି ପର୍ଯ୍ୟଟକ ଆହତ ହୋଇଥିବା ସୂଚନା । ସେମାନଙ୍କୁ ବୈପାରୀଗୁଡା ଡାକ୍ତରଖାନାରେ ୧୦ ଜଣ ଆହତ ଭର୍ତ୍ତି କରାଯାଇଛି ।