ପୁଣି କୁହୁଡି ସାଜିଲା କାଳ,ରାସ୍ତାରୁ ତଳକୁ ଖସିଲା ବସ୍

କେନ୍ଦ୍ରାପଡ଼ା (କେନ୍ୟୁଜ୍) : ପୁଣି କୁହୁଡି ସାଜିଲା କାଳ। ରାସ୍ତାରୁ ତଳକୁ ଖସିଲା ବସ୍। ତେବେ ଏକ ବଡ ଦୁର୍ଘଟଣାରୁ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଦୁର୍ଘଟଣାରେ ଜଣେ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ରାଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଗୋପାଳପୁର ବଜାର ନିକଟରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୀୱେଦି ନାମକ ଏକ ଘରୋଇ ବସ୍ ରାଜନଗରରୁ ପୁରୀ ଅଭିମୁଖେ ଯାଉଥିବାବେଳେ ଘନ କୁହୁଡି ଯୋଗୁଁ ଭାରସାମ୍ୟ ହରାଇ ରାସ୍ତା ତଳକୁ ଗଡି ଯାଇଥିଲା। ବସରେ ୫୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଥିଲେ।