ରେଢାଖୋଲରେ ଭାରସାମ୍ୟ ହରାଇ ଓଲଟିଲା ବସ୍‌

busସମ୍ବଲପୁର: ଭାରସାମ୍ୟ ହରାଇ ଓଲଟିଲା ବସ୍‌। ରେଢାଖୋଲ ଲୁହାପଙ୍କରେ ବସ୍‌ ଦୁର୍ଘଟଣାରେ ୯ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ନାଇଟ୍‌ କୋଚ୍‌ ବସ୍‌ଟି ଭୁବନେଶ୍ୱରରୁ ବେଲପାହାଡ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ପୋଲିସ ଆହତ ମାନଙ୍କୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.