ଚାନ୍ଦବାଲିରୁ ଆସୁଥିବା ବସ ଓଲଟିଲା, ୨୦ରୁ ଅଧିକ ଆହତ

କଟକ (କେନ୍ୟୁଜ): ଚାନ୍ଦବାଲି ରାସ୍ତାର ଗଞ୍ଜା ଗାଁ ନିକଟରେ ଓଲଟିଲା ଦୟାଲ ବସ । ବସରେ ଥିଲେ ୪୦ଜଣ ଲେବର । ୨୦ରୁ ଅଧିକ ଲେବର ଆହତ ହୋଇଛନ୍ତି ବୋଲି କୁହାଯାଉଛି । ସେମାନଙ୍କୁ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦରେ ଭର୍ତ୍ତି କରାଯାଇଛି ।

ଏହି ଦୁର୍ଘଟଣାରେ ମୋଟ ୨୦ ଜଣ ଆହତ ହୋଇଥିବା ଖବର ମିଳୁଥିବା ବେଳେ କାହାର ମୃତ୍ୟୁ ହୋଇ ନଥିବା ସୂଚନା ରହିଛି । ସୂଚନାମୁତାବକ କଟକ-ଚାନ୍ଦବାଲି ରାସ୍ତା ଗଞ୍ଜା ଗାଁ ନିକଟରେ ଏହି ବସ ଦୁର୍ଘଟଣା ହୋଇଛି । ସମସ୍ତ ଆହତ ମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.