ବାଲେଶ୍ୱର ବାହାନଗାରେ ଭାରସାମ୍ୟ ହରାଇ ଓଲଟିଲା ବସ୍‌ , ୧୦ ଯାତ୍ରୀ ଆହତ

ବାଲେଶ୍ୱର(କେନ୍ୟୁଜ୍) : ବାଲେଶ୍ୱର ଜିଲ୍ଲା ବାହାନଗାରେ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ବସ୍‌ । ଦୁର୍ଘଟଣା ଯୋଗୁ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆଜି ସକାଳେ ଅଭଣାରୁ ବାଲେଶ୍ୱର ଯାଉଥିବା ଝାଡେଶ୍ୱର ବସ୍‌ ବଗଦା ଆଳଦା ସୀମାରେ ଓଲଟି ପଡ଼ିଥିଲା । ବସ୍‌ରେ ୪୦ ଜଣ ଯାତ୍ରୀ ଥିଲେ । ୧୦ ଜଣ ଆହତ ହୋଇଥିବା ବେଳେ ଅନ୍ୟ ୩୦ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଆହତଙ୍କୁ ଗୋପାଳ ଡାକ୍ତରଖାନାରେ ଭିର୍ତ୍ତି କରାଯାଇଛି ।