ପୁଣି ଘାଟିରେ ଅଘଟଣ, ଦାରିଙ୍ଗବାଡ଼ି ଗାଜଲବାଡି ଘାଟିରେ ଝୁଲି ରହିଲା ପିକ୍ନିକ୍ ବସ
ଭୁନେଶ୍ୱର(କେନ୍ଯୁଜ୍): ପୁଣି ଘାଟିରେ ଅଘଟଣ। ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ। ପିକ୍ନିକ୍ ସାରି ଫେରୁଥିବାବେଳେ ଘାଟିରୁ ଖସିଲା ବସ୍। ଦାରିଙ୍ଗବାଡି ଗାଜଲବାଡି ନିକଟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ ଭୁନେଶ୍ୱରର ଏକ ଘରୋଇ କଲେଜର ଛାତ୍ରଛାତ୍ରୀ ପିକନିକ ପାଇଁ ଦାରିଙ୍ଗବାଡି ଯାଇଥିଲେ। ଭୋଜି ସାରି ଭୁବନେଶ୍ୱର ଫେରୁଥିବାବେଳେ ଘାଟିରେ ଭାରସାମ୍ୟ ହରାଇ ବସ୍ଟି ତଳକୁ ଖସିବାକୁ ଲାଗିଲା। ଡ୍ରାଇଭର ଉପସ୍ଥିତ ବୁଦ୍ଧି ଖଟାଇ ବ୍ରେକ ମାରିବାରୁ ବସ୍ଟି ଘାଟିରେ ଝୁଲି ରହିଥିଲା। ଖବର ପାଇ ସୋରଡା ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବସ୍ କାଚ ଭାଙ୍ଗି ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ବାରମ୍ବାର ଘାଟିରେ ବସ୍ ଦୁର୍ଘଟଣାକୁ ନେଇ ଯାତ୍ରୀଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।