ନବରଙ୍ଗପୁର: ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ, ୨ ମୃତ ୧୦ ଗୁରୁତର 

ନବରଙ୍ଗପୁର(କେନ୍ୟୁଜ୍): ପାପାଡହାଣ୍ଡି ନିକଟରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ, ଜୟପୁରରୁ ଚନ୍ଦାହାଣ୍ଡି ଯାଉଥିବା ବେଳେ ମୃଗ ବିହାର  ନିକଟରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି। । ଏହି ଦୁର୍ଘଟଣାରେ ୨ ମୃତ ହୋଇଥିବା ବେଳେ ୧୦ ରୁ ଅଧିକ ଗୁରୁତର ହୋଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ  ଏବେବି ଉଦ୍ଧାର କାର୍ଯ୍ୟ ଜାରି  ରହିଛି। ମିଳିଥିବା ସୂଚନା  ମୁତାବକ ବସ ଆଗକୁ ଗାଇ ଚାଲିଆସିବାରୁ ବସ ଡ୍ରାଇଭର କଡା  ବ୍ରେକ ମରିଥିଲେ। ଯାହା ଫଳରେ ଘଟଣା ସ୍ଥଳରେ ବସଟି ଓଲଟି ପଡିଥିଲା। ଘଟଣା ସ୍ଥଳରେ ନବରଙ୍ଗପୁର ଏସପି ପହଞ୍ଚି ଗୁରୁତର ମାନଙ୍କୁ ଉଦ୍ଧାର କରି ମେଡିକାଲକୁ  ସ୍ଥାନନ୍ତର କରିଛନ୍ତି।  ଏବେବି ଘଟଣା ସ୍ଥଳରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାର ଜଣା ପଡିଛି।