ଖୋର୍ଦ୍ଧା: ଟାଙ୍ଗୀ ଚାନ୍ଦପୁର ବାଇପାସରେ ଟ୍ରକକୁ ପିଟିଲା ବସ୍, ଡ୍ରାଇଭର ସମେତ ୩୦ରୁ ଅଧିକ ଯାତ୍ରୀ ଗୁରୁତର
ଟାଙ୍ଗୀ(କେନ୍ୟୁଜ୍): ଟାଙ୍ଗୀ ନିକଟସ୍ଥ ୧୬ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ବେଣ୍ଟ ନିକଟରେ ଟ୍ରକକୁ ପିଟିଲା ବସ । ଏହି ଦୁର୍ଘଟଣାରେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସୂଚନା ମୁତାବକ ଭୁବନେଶ୍ବରରୁ ବାଲୁଗାଁ ଅଭିମୁଖେ ଯାଉଥିବା ‘ଓଁ ମା’ ବସ୍ ଚାନ୍ଦପୁର ବାଇପାସର ବେଣ୍ଟ ଢାବା ନିକଟରେ ହଠାତ ଏକ ଟ୍ରକକୁ ସାମ୍ନା ପଟୁ ଧକ୍କା ଦେଇଥିଲା। ଯେହେତୁ ବାଇପାସ ନିକଟରେ ରୋଡ କାମ ଚାଲିଛି ତେଣୁ ସେହି ଜାଗାରେ ସିଙ୍ଗଲ ରାସ୍ତାରେ ଗାଡିମୋଟରମାନେ ଯା ଆସ କରନ୍ତି । ଏଥିପାଇଁ ବିପରିତ ଦିଗରୁ ଆସୁଥିବା ମସଲା ବୋଝେଇ ଟ୍ରକକୁ ଲକ୍ଷ୍ୟ କରିପାରିନଥିଲେ ବସ ଡ୍ରାଇଭର। ଏଣୁ ବସଟି ଟ୍ରକକୁ ସାମ୍ନା ପଟୁ ଧକ୍କା ଦେଇଥିଲା। ଯାହା ଫଳରେ ୩୦ରୁ ଅଧିକ ଯାତ୍ରୀ ଆହତ ହେବା ସହ ଡ୍ରାଇଭର ଗୁରୁତର ହୋଇପଡିଛନ୍ତି ।
ଆହାତମାନଙ୍କୁ ପ୍ରଥମେ ଚାନ୍ଦପୁର ଓ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ। ପରେ ସେମାନଙ୍କ ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ସେମାନଙ୍କୁ ଭୁବନେଶ୍ବରର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବାର ସୂଚନା ମିଳିଛି। ଦୁର୍ଘଟଣାରେ ବିଶେଷକରି ନିକଟବର୍ତ୍ତୀ ଅଞ୍ଚଳ ଯଥା ଟାଙ୍ଗୀ,ଚାନ୍ଦପୁର,ନାଚୁଣୀ,ବାଲୁଗାଁ,ମଙ୍ଗଳାଯୋଡିର ଅଧିକ ଯାତ୍ରୀ ଆହାତ ହୋଇଥିବାର ଜଣା ପଡିଛି।