କାଠ ବୋଝେଇ ଟ୍ରକ୍‌ ସହ ବସ୍ ମୁହାଁମୁହିଁ ଧକ୍କା, ଯାତ୍ରୀଙ୍କ ସହ ଡ୍ରାଇଭର ଗୁରୁତର

ଲକ୍ଷ୍ମୀପୁର : ଟ୍ରକ୍-ବସ୍ ମୁହାଁମୁହିଁ ଧକ୍କା, ଏକାଧିକ ଯାତ୍ରୀ ଆହତ। କାଠ ବୋଝେଇ ଟ୍ରକ ସହ ମୁହାଁମୁହିଁ ପିଟି ହେଲା ବସ୍ । କୋରାପୁଟ ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ଡୁମୁରିପଦର ଟ୍ରେନ୍ ବ୍ରିଜ ତଳେ ମର୍ମନ୍ତୁଦ ଦୁର୍ଘଟଣା ଘଟି ଛି। ଦୁଇ ଜଣ ଡ୍ରାଇଭର ଗାଡ଼ି ତଳେ ଚାପି ହୋଇ ରହିଥିବା ସୂଚନା ମିଳିଛି । ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ଆଜି ସକାଳେ ‘MSSB’ ନାମକ ଘରୋଇ ବସ୍ ଜୟପୁରରୁ ଯାତ୍ରୀମାନଙ୍କୁ ନେଇ ରାୟଗଡ଼ା ଅଭିମୁଖେ ଯାଉଥି ଲା। ଏହି ସମୟରେ ବୀପରିତ ଦିଗରୁ ଆସୁଥିବା ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଦୁଇ ଜଣ ଡ୍ରାଇଭର ଗାଡ଼ି ତଳେ ଚାପି ହୋଇ ରହିଯାଇଛନ୍ତି ।  ଏପରିକି ବସ୍‌ରେ ଥିବା ଏକାଧିକ ଯାତ୍ରୀ ଆହତ ହୋଇଛନ୍ତି ।  ଆହତ ଯାତ୍ରୀମାନଙ୍କୁ ମେଡିକାଲ ନେବାକୁ ୨/୩ଟି ଆମ୍ବୁଲାନ୍ସ ନିୟୋଜିତ ହୋଇଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଲାଇଛନ୍ତି । ବସ ଡ୍ରାଇଭର ଉଦ୍ଧାର ହୋଇ ଥିବା ବେଳେ ଟ୍ରକ ଡ୍ରାଇଭରକୁ ଉଦ୍ଧାର ଜାରି ରହିଛି ।  ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ଅଛି ।  ବସ୍‌ରେ ୬୦ରୁ୭୦ ଯାତ୍ରୀ ଥିଲେ ବୋଲି ଅନୁମାନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like