ଡିଭାଇଡରରେ ପିଟିହେଲା ଯାତ୍ରୀବାହୀ ବସ୍ , ଅଳ୍ପକେ ବର୍ତ୍ତିଲେ ୫୦ ରୁ ଅଧିକ ଯାତ୍ରୀ

: ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଇନ୍ଦିରା ଛକ ନିକଟରେ ବସ୍ ଦୁର୍ଘଟଣା । ଅଳ୍ପକେ ବର୍ତ୍ତିଲେ ୫୦ ରୁ ଅଧିକ ଯାତ୍ରୀ । ଭାରସାମ୍ୟ ହରାଇ ଡିଭାଇଡରରେ ପିଟିହେଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ କେହି ମୃତାହତ ହୋଇ ନ ଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି।

ଜଳେଶ୍ୱର (କେନ୍ୟୁଜ): ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଇନ୍ଦିରା ଛକ ନିକଟରେ ବସ୍ ଦୁର୍ଘଟଣା । ଅଳ୍ପକେ ବର୍ତ୍ତିଲେ ୫୦ ରୁ ଅଧିକ ଯାତ୍ରୀ । ଭାରସାମ୍ୟ ହରାଇ ଡିଭାଇଡରରେ ପିଟିହେଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ କେହି ମୃତାହତ ହୋଇ ନ ଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ବାଲେଶ୍ବରରୁ କୋଲକାତା ଅଭିମୁଖେ ଯାଉଥିବା ଦାକ୍ଷାୟାନୀ ନାମକ ଘରୋଇ ଯାତ୍ରୀବାହୀ ବସ୍ ରାତି ପ୍ରାୟ ଗୋଟାଏ ସମୟରେ ଇନ୍ଦିରାଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବରେ ଥିବା ଡିଭାଇଡରକୁ ଧକ୍କା ଦେଇଥିଲା । ତେବେ ଏହି ଦୁର୍ଘଟଣାରେ କୌଣସି ଯାତ୍ରୀ ଆହତ ହୋଇ ନଥିବା ସୂଚନା ମିଳିଛି । ବିଳମ୍ବିତ ରାତିରେ ଡ଼୍ରାଇଭରଙ୍କ ଆଖି ଲାଗି ଯାଇଥିବାରୁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି। ତେବେ ଦୁର୍ଘଟଣା ପରେ ଘଟଣା ସ୍ଥଳରୁ ବସର ସମସ୍ତ କର୍ମଚାରୀ ଫେରାର ଅଛନ୍ତି । ଖବର ପାଇ ବସ୍ତା ପୋଲିସ ଏବଂ ଜାତୀୟ ରାଜପଥ ପେଟ୍ରୋଲିଂ ଭ୍ଯାନ ପହଞ୍ଚି ଯାତ୍ରୀ ମାନଙ୍କୁ ଅନ୍ଯ ଏକ ବସରେ ଗନ୍ତବ୍ଯ ସ୍ଥଳକୁ ପଠାଇବା ସହ ଘଟଣାର ତଦନ୍ତ କରୁଛି।

 

 

You might also like