ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବାଇକ ସହ ମୁହାଁମୁହିଁ ଧକ୍କା ହେଲା ବସ, ୨ ଆରୋହୀ ମୃତ
ପାଟଣାଗଡରେ ବାହାଘରରେ ଯୋଗ ଦେବା ପାଇଁ ଆସୁଥିବା ବେଳେ ବାଇକ ସହ ମୁହାଁମୁହିଁ ଧକ୍କା ହେଲା ବସ ଫଳରେ ଆରୋହୀ ମୃତ।
ପାଟଣାଗଡ (କେନ୍ୟୁଜ): ପାଟଣାଗଡ ରାମପୁର ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବାଇକ ସହ ମୁହାଁମୁହିଁ ଧକ୍କା ହେଲା ବସ l ଫଳରେ ବାହାଘରରେ ଯୋଗ ଦେବା ପାଇଁ ଆସୁଥିବା ଦୁଇ ବାଇକ ଆରୋହୀ ମୃତ। ରାମପୁର ପେଟ୍ରୋଲ ପମ୍ପ ନିକଟରେ ନାଇଟ ଏକ୍ସପ୍ରେସ ଜୟ ମାତାଦି ବସ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ରୋଡ଼ ରେ ରଖା ଯାଇଥିବା ଡ଼ିଭାଇଡ଼ରକୁ କ୍ରସ କଲାବେଳେ ଦୁଇ ଗାଡି ଦ୍ରୁତ ଗତିରେ ଥିବାରୁ ଦୁର୍ଘଟଣା ହୋଇଥିବା ଜଣା ପଡିଛି ।
ମୃତକ ମାନେ ତୁଷୁରା ଥାନା ନୂଆପଡା ଅଞ୍ଚଳର l ମୃତକ ଦୁଇଜଣ ହେଲେ ତୁଷୁରା ନୂଆପଡାର ଅସିତ ମେହେର ଓ ତୁଷୁରାର ମଳୟ ମନହିରା । ଘଟଣାସ୍ଥଳରେ ପାଟଣାଗଡ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଶବ ଜବତ କରିବା ସହିତ ଅଧିକ ତଦନ୍ତ ଜାରିରଖିଛି।