ଇଏ କି ଜବରଦସ୍ତି ? ଗୋଟିଏ ବସ୍‌କୁ ଘେରି ବାଟ ଛାଡୁ ନାହାନ୍ତି ଅନ୍ୟ ବସ୍‌, ଲୋକେ କହୁଛନ୍ତି କଙ୍ଗାରୁ କୋର୍ଟ

ପାରଳାଖେମୁଣ୍ଡି (କେନ୍ୟୁଜ୍‌) : ଆପଣ ବିଭିନ୍ନ ସମୟରେ ଶୁଣିଥିବେ ଗଣମାଧ୍ୟମରେ ଖାପ ପଞ୍ଚାୟତ, କଙ୍ଗାରୁ କୋର୍ଟ ଭଳି ଘଟଣା । ତେବେ ଏସବୁ ଘଟଣା ଘଟେ ପ୍ରାୟତଃ ଯେଉଁଠାରେ ପ୍ରଶାସନ କି ପୋଲିସ ପହଞ୍ଚି ପାରେ ନାହିଁ। କିନ୍ତୁ ଥରେ ଚିନ୍ତା କରନ୍ତୁ ତ ଜିଲ୍ଲା ସଦର ମହକୁମାରେ ସବୁ ବ୍ୟବସ୍ଥା ଥାଇ ମଧ୍ୟ ଏପରି ଘଟେ ? ତେବେ କଣ କରାଯିବ ? ତେବେ ଆମେ କାହିଁକି ଏମିତି କହୁଛୁ ଆସନ୍ତୁ ଜାଣିବା ଏଠିକାର ଘଟଣା ।

ଏ ହେଉଛି ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ନୂଆ ବସଷ୍ଟାଣ୍ଡ । ଯେଉଁଠାରୁ ତାନାନା ନାମକ ବସ ଯାହା ଆଦିବାସୀ ଅଧ୍ୟୁଷିତ ନୂଆଁଗଡ ବ୍ଲକର ଅତରସିଂ ଗାଁକୁ ଯାତାୟାତ କରେ । ଏହି ବସଟି ରାୟଗଡ, ଆର. ଉଦୟଗିରି ଭଳି ଆଦିବାସୀ ଅଞ୍ଚଳରେ ସେବା ଯୋଗାଉଛି । ତେବେ କିଛି ବସ ମାଲିକ ପ୍ରଥମେ ଗତ ରବିବାର ବେଆଇନ ଭାବେ ରୋକି ଦେଲେ । ଅଭିଯୋଗ ହୋଇଛି କି ଆଜି ସେହି ମାଲିକମାନେ ଉପସ୍ଥିତ ନ ରହି ସେହି ବସ୍‌ ଚାରିପଟେ ଅନ୍ୟ ସବୁ ବସ୍‌ ରଖି ଅଟକ କରିଦେଲେ।

ତେବେ ଏହି ଘଟଣା ରବିବାର ଘଟିବା ପରେ ଅନ୍ତର୍ଜାତୀୟ ମାନବାଧିକାର ପରିଷଦର ଦ୍ୱାରସ୍ଥ ହୋଇଥିଲେ ‘ତାନାନା’ ବସ ମାଲିକ । ଯାହା ପାରଳାଖେମୁଣ୍ଡି ଥାନାରେ ମଧ୍ୟ ପହଞ୍ଚିଥିଲା । ପରେ ମଧ୍ୟ ଏହି ଘଟଣା ବିଷୟରେ ଜିଲ୍ଲାପାଳ, ଏସପି ଓ ଆରଟିଓ ଅବଗତ ହୋଇଥିଲେ । ତଥାପି ଗାଡିଟି ଚାଲି ପାରିଲା ନାହିଁ ।
ତେବେ ଏଯାଏ ସ୍ପଷ୍ଟ ହୋଇ ନାହିଁ କି କାହିଁକି ସେହି ବସ୍‌କୁ ଅଟକା ଯାଇଛି । ଏ ନେଇ ବସ୍‌ ମାଲିକମାନଙ୍କର କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ । ଦେଖିବା କଥା ସବୁ କାଗଜପତ୍ର ଥାଇ କାହିଁକି ବସ୍‌ଟିକ ହଇରାଣ କରାଯାଉଛି ?

 

Leave A Reply

Your email address will not be published.