ପାରାଦ୍ୱୀପ ବସଷ୍ଟାଣ୍ଡରେ ବସ୍ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ନିଶା ଦେଇ ଲୁଟ୍

ପାରାଦ୍ୱୀପ (କେନ୍ୟୁଜ୍): ବସ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ନିଶା ଦେଇ ଲୁଟ ଅଭିଯୋଗ। ପାରାଦ୍ୱୀପ ବସଷ୍ଟାଣ୍ଡରେ ଏଭଳି ଘଟଣା ଘଟିଛି। ପୁରୀରୁ ପାରାଦୀପ ଆସୁଥିବା ଶିବଶକ୍ତି ବସରେ ଲୁଟ ହୋଇଛି। ବସ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ଆଜି ସକାଳୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଗତକାଲି ପୁରୀରୁ ବସ ଫେରୁଥିବା ବେଳେ ଚାରିଛକରୁ ଉଠିଥିଲା ଲୁଟେରା।

ବସ ଷ୍ଟାଫ୍‌ଙ୍କ ସହ ସଂପର୍କ ବଢାଇ ରାତିରେ ମୃଦୁପାନୀୟରେ ନିଶା ଦେଇଥିଲା। ଡ୍ରାଇଭର ଓ କଣ୍ଡକ୍‌ଟର ଅଚେତ ହୋଇଗଲା ପରେ ଲୁଟେରା ଟଙ୍କା ପଇସା, ମୋବାଇଲ ଓ ଅନ୍ୟ ସାମଗ୍ରୀ ନେଇ ଫେରାର ହୋଇଯାଇଛି। ଏନେଇ ବସ ମାଲିକଙ୍କୁ ଅବଗତ କରାଯାଇଛି। ତେବେ ବସ ହେଲପରର ଦେଖା ନଥିବାରୁ ଲୁଟେରା ସହ ସଂପର୍କ ନେଇ ସନ୍ଦେହ ବଢିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.