ବରମୁଣ୍ଡା ବସଷ୍ଟାଣ୍ଡରେ ବସ୍ ଡ୍ରାଇଭରଙ୍କ ଧାରଣା, ଦାବି ପୂରଣ ନେଇ ଜିଦରେ ଅଡି ବସିଛି ଓଡିଶା ମୋଟର ଚାଳକ ସଂଘ

ଭୁବନେଶ୍ବର : ଦାବି ପୂରଣ ନହେଲେ ଗାଡି ଚଳେଇବୁ ନାହିଁ ବୋଲି ବୋଲି ଜିଦରେ ଅଡି ବସିଛି ଓଡିଶା ମୋଟର ଚାଳକ ସଂଘ। ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡରେ ବସ୍ ଡ୍ରାଇଭର ହରତାଳ କରିଛନ୍ତି । ଘରୋଇ ବସ ମାଲିକ ସଂଘ ସହ ଆଲୋଚନା କରି ସରକାର ବସ୍ ଚଳାଚଳର ନିଷ୍ପତ୍ତି ନେଲେ, ମାଲିକଙ୍କ ଦାବି ପୂରଣ ହେଲା । ହେଲେ କର୍ମଚାରୀଙ୍କ କଥା ଭୁଲି ଗଲେ ବୋଲି ଅଭିଯୋଗ କରିଛି ମୋଟର ଚାଳକ ସଂଘ ।

କାର୍ଯ୍ୟ  ସମୟରେ କୌଣସି ଡ୍ରାଇଭରଙ୍କ କରୋନାଜନିତ ମୃତ୍ୟୁ ହେଲେ ତାଙ୍କ ପାଇଁ କୌଣସି ବୀମା ଘୋଷଣା କରାଯାଇନାହିଁ । ୩ମାସର କ୍ଷତିପୂରଣ ସହ ୫୦ଲକ୍ଷ ବୀମା କଲ୍ୟାଣ ପାଣ୍ଠି ଶ୍ରମ ବିଭାଗରେ ପଞ୍ଜୀକୃତ କରାଗଲେ ବସ୍ ଚାଲିବ ନହେଲେ ବସ୍ ଚଲାଇବୁ ନାହିଁ ବୋଲି ମୋଟର ଚାଳକ ସଂଘ ଦାବି କରିଛି । ସଂଘ ପକ୍ଷରୁ ଆଜି ସକାଳ ୮ଟାରୁ ଧାରଣା ଆରମ୍ଭ କରିଛି।

Leave A Reply

Your email address will not be published.