ପିକନିକ ସାରି ଫେରୁଥିବା ବେଳେ ବ୍ରିଜ ତଳକୁ ଖସିଲା ବସ୍ : ୨ମୃତ, ୪୦ଗୁରୁତର

ଢେଙ୍କାନାଳ (କେନ୍ୟୁଜ): ସକାଳୁ ସକାଳୁ ଦୁର୍ଘଟଣା । ଢେଙ୍କାନାଳ ସଦର ଥାନା ଢେଙ୍କାନାଳ ଅନୁଗୋଳ ୫୫ ନମ୍ବର ଜାତୀୟ ରାଜପଥ ପଞ୍ଚୁପଟି ନିକଟ କେନାଲକୁ ଓଲଟିଲା ପିକନିକ ବସ । ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ବସରେ ଥିବା ୪୦ରୁ ଊର୍ଦ୍ଧ୍ବ ଯାତ୍ରୀ ଗୁରୁତର ଅଛନ୍ତି। ମୃତାହତ ମାନେ କେନ୍ଦ୍ରାପଡା ଇଚ୍ଛାପୁର ଅଞ୍ଚଳର ବୋଲି ଜଣାପଡିଛି ।

ଖବର ଅନୁଯାୟୀ, କେନ୍ଦ୍ରାପଡାରୁ ଯାତ୍ରୀ ନେଇ ହରିଶଙ୍କର ଯାଇ ଫେରୁଥିବା ବେଳେ ବସ୍ ଟି ଢେଙ୍କାନାଳ ସଦର ପଞ୍ଚବଟୀ ନିକଟରେ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଲା । ଯାହାଫଳରେ ଏହି ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଦୁଇଜଣ କେନ୍ଦ୍ରାପଡା ଇଚ୍ଛାପୁର ରେଣୁବାଳା ଜେନା ଓ ବିଜୟ ଲଷ୍ମୀ ସ୍ୱାଇଁ । ସେମାନଙ୍କ ମଧ୍ୟରୁ ଅନେକ ଯାତ୍ରୀ ଆହତ ହୋଇଛି । ପୋଲିସ ସହାୟତରେ ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ମାନଙ୍କୁ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.