ତେଲ ଦର ବୃଦ୍ଧି ପରେ ବଢ଼ିଲା ବସ୍‌ ଭଡ଼ା, ସାଧାରଣ ଓ ଏକ୍ସପ୍ରେସ୍‌ ଭଡ଼ା ୧ ପଇସା ବୃଦ୍ଧି

ଭୁବନେଶ୍ବର: ତୈଳ ଦର ବୃଦ୍ଧି ପରେ ବଢ଼ିଲା ବସ ଭଡ଼ା । ସାଧାରଣ ଓ ଏକ୍ସପ୍ରେସ ବସ୍‌ରେ କିଲୋମିଟର ପିଛା ଭଡ଼ା ୧ ପଇସା ଏବଂ ଡିଲକ୍ସ ଓ ଏସି ଡିଲକ୍ସ ବସ ପାଇଁ କିଲୋମିଟର ପିଛା ଭଡ଼ା ୨ ପଇସା ବୃଦ୍ଧି ଘଟିଛି । ଅଟୋମେଟିକ ମେକାନିଯିମ ମାଧ୍ୟମରେ ବସ ଭଡା ବୃଦ୍ଧି ପାଇଥିବା ଜଣାପଡିଛି । ରାଜ୍ୟ ଘରୋଇ ବସ ମାଲିକ ସଂଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ଏହି ସୂଚନା ଦେଇଛନ୍ତି ।

ପୂର୍ବରୁ ସାଧାରଣ ବସ ଭଡା କିଲୋମିଟର ପ୍ରତି ୭୨ ପଇସା ଥିଲାବେଳେ ଏବେ ତାହା ୧ ପଇସା ବୃଦ୍ଧି ପାଇ ୭୩ ପଇସା ହୋଇଛି । ସେହିପରି ଏକ୍ସପ୍ରେସ ବସ ଭଡା କିଲୋମିଟର ପ୍ରତି ୭୫ ପଇସା ଥିଲା ବେଳେ ୧ ପଇସା ବୃଦ୍ଧି ପାଇ କିଲୋମିଟର ପିଛା ୭୬ ପଇସା ହୋଇଛି । ଡିଲକ୍ସ ବସଭଡା କିଲୋମିଟର ପିଛା ୧ଟଙ୍କା ୫ ପଇସା ଥିଲାବେଳେ ୨ ପଇସା ବୃଦ୍ଧି ପାଇ ୧ଟଙ୍କା ୭ ପଇସା ଓ ଏସି ଡିଲକ୍ସ ବସଭଡା ୧ଟଙ୍କା ୨୭ ପଇସା ଥିଲାବେଳେ ୨ ପଇସା ବୃଦ୍ଧି ପାଇ ୧ ଟଙ୍କା ୨୯ ପଇସାରେ ପହଁଚିଛି ।

You might also like