ବସ୍‌ କୁ ୧ ଲକ୍ଷ ୨୨ ହଜାର ଟଙ୍କା ଫାଇନ, ନାଁ ଫିଟନେସ ଥିଲା ନାଁ ପରମିଟ୍

ସୁନ୍ଦରଗଡ଼ : ବସ୍‌ କୁ ୧ ଲକ୍ଷ ୨୨ହଜାର ଟଙ୍କାର ଫାଇନ୍। ଜ୍ୟୋତି ନାମକ ଏକ ବସ୍‌ କୁ ଏହି ଫାଇନ୍ କରିଛନ୍ତି ପରିବହନ ଅଧିକାରୀ । ଏ ବସ୍‌ ର ନାଁ ଫିଟନେସ ଥିଲା ନାଁ ପରମିଟ୍, ଏପରିକି ଇନସୁରାନ୍ସ କି ଏମ ଭି ଟ୍ୟାକ୍ସ ମଧ୍ୟ ନଥିଲା ।  ବସ୍‌ ଡ୍ରାଇଭରର ଲାଇସେନ୍ସ ମଧ୍ୟ ନଥିଲା । ଆଉ ସବୁଠାରୁ ବଡ଼ କଥା ହେଉଛି ଏହିଭଳି ବସ୍‌ ଲାଗିଥିଲା ସୁନ୍ଦରଗଡ କ୍ରୀଡା ବିଭାଗରେ । ସୁନ୍ଦରଗଡ କ୍ରୀଡା ଛାତ୍ରାବାସରେ ଥିବା କ୍ରୀଡାବିତଙ୍କ ପାଇଁ ସ୍କୁଲ ବସ୍‌ ବଦଳରେ ଏହି ବସ୍‌ କୁ ବ୍ୟବହାର କରୁଥିଲା ବିଭାଗ । ହେଲେ କ୍ରୀଡାବିତମାନଙ୍କୁ ବିଦ୍ୟାଳୟକୁ ନେଇ ଯାଉଥିବା ଏହି ବସ୍‌ କୁ ଲମ୍ବା ଫାଇନ କାଟିଛି ପରିବହନ ବିଭାଗ । ସବୁଠାରୁ ବଡକଥା ହେଉଛି କ୍ରୀଡା ବିଭାଗ ବିନା ଲାଇସେନ୍ସ ଥିବା ଡ୍ରାଇଭର ହାତରେ ଏହି କ୍ରୀଡାବିତମାନଙ୍କୁ କିଭଳି ଟେକି ଦେଇଥିଲା ତାହା ଏବେ ବଡ ପ୍ରଶ୍ନ ହୋଇ ସାମ୍ନାକୁ ଆସିଛି । ଏନେଇ ପରିବହନ ବିଭାଗ କି କ୍ରୀଡା ବିଭାଗ ପ୍ରତିକ୍ରିୟା ପାଇଁ କେହି ମୁହଁ ଖୋଲୁନାହାନ୍ତି ।