ଉଛୁଳା ପୋଲ ପାର୍‌ ହେବାବେଳେ ଅଧାରେ ରହିଗଲା ବସ୍‌, ତାପରେ ଯାହା ହେଲା..

ପୋଲ ଉପରେ ୩ଫୁଟର ପାଣି

ସମ୍ବଲପୁର (କେନ୍ଯୁଜ୍): ନାଳରେ ଭାସିଲା ବସ୍‌ । ପୋଲ ଉପରେ ୩ଫୁଟର ପାଣି। ପୋଲ ପାର୍‌ ହେବାବେଳେ ପାଣିରେ ଭାସିଲା ବସ୍‌। ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ପିଣ୍ଡାପଥରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ବସ୍‌ରେ ଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରଯାଇଛି।

ରାଉରକେଲାରୁ ବାମରା ଦେଇ ସୋର ଅଞ୍ଚଳକୁ ଯାଉଥିଲା ତାଜ୍‌ ନାମକ ବସ୍‌। ପିଣ୍ଡାପଥର ନିକଟ ପୋଲ ଉପରେ ୩ଫୁଟର ପାଣି ଚାଲୁଥିବା ଦେଖି ଡ୍ରାଇଭର କିଛି ସମୟ ଯାଏ ଗାଡ଼ି ଅଟକାଇଥିଲେ। ପରେ ଡ୍ରାଇଭର ପାଣି ମଧ୍ୟରେ ପସି ପାର ହେବାକୁ ଚେଷ୍ଟା କରୁଥିବାବେଳେ ବସ୍‌ ପାଣିରେ ଭାସିବାକୁ ଲାଗିଥିଲା। ସୌଭାଗ୍ୟବଶତଃ ବସଟି ଏକ ଖମ୍ବରେ ଲାଗି ରହିଥିଲା। ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀଙ୍କୁ ବସ୍‌ ମଧ୍ୟରୁ ଉଦ୍ଧାର କରିଥିଲେ।

Leave A Reply

Your email address will not be published.