କି ଦୁର୍ଭାଗ୍ୟ ! ୨୦୧୫ରେ ବାପା ଚାଲି ଯାଇଥିଲେ ଦୁର୍ଘଟଣାରେ ଆଜି ଭେଣ୍ଡିଆ ପୁଅକୁ ବି ଚାପି ଦେଲା ବସ୍

ଜଗତସିଂହପୁର(କେନ୍ୟୁଜ୍): ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ମୁଣ୍ଡାଳ ସ୍ଥିତ ପଲିଟେକନିକ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ଜଣେ ୨୫ବର୍ଷୀୟ ଯୁବକର ମୃତ୍ୟୁ। ମୃତକ ଜଣକ ହେଲେ ସ୍ଥାନୀୟ ଖଇରା ଗାଁର ବ୍ରିଜେଶ ରୋଶନ ରାୟ। ସୂଚନା ମୁତାବକ ଆଜି ସକାଳ ପ୍ରାୟ ୯.୩୦ ମିନିଟ ସମୟରେ ବ୍ରିଜେଶ ମୁଣ୍ଡାଳ ଛକରୁ ନିଜ ଘର ଖଇରାକୁ ଏକ ମୋଟର ସାଇକେଲ ଯୋଗେ ଫେରୁଥିବା ସମୟରେ ଅଭିରାମ ନାମକ ଏକ ଘରୋଇ ଯାତ୍ରୀବାହୀ ବସ ତାଙ୍କୁ ଧକ୍କା ଦେଇଥିଲା। ତେବେ ଘଟଣା ସ୍ଥଳରେ ବ୍ରିଜେଶଙ୍କ ମୃତ୍ୟୁ ଘଟିଥିବା ବେଳେ ବସଟି ଘଟଣା ସ୍ଥଳରୁ ଯାଇ ନାଉଗାଁ ଥାନାରେ ହାଜର ହୋଇଯାଇଛି।

ଦୁର୍ଘଟଣାର ଖବର ପାଇ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଜଗତସିଂହପୁର-ନାଉଗାଁ ମୁଖ୍ୟ ରାସ୍ତା କୁ ଅବରୋଧ କରି ରଖିଛନ୍ତି। ଘଟଣା ସ୍ଥଳରେ ନାଉଗାଁ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ମୃତକର ପରିବାରକୁ ଦଶ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ ଦାବି କରି ରାସ୍ତା ଅବରୋଧକୁ କାଏମ ରଖିଛନ୍ତି ସ୍ଥାନୀୟ ଲୋକେ। ପ୍ରକାଶ ଥାଉକି, ଗତ ୨୦୧୫ ମସିହାରେ ମୃତକ ବ୍ରିଜେଶ ର ବାପା ରାଜେନ୍ଦ୍ର କୁମାର ରାୟ ମଧ୍ୟ ଏଭଳି ଏକ ସଡ଼କ ଦୁର୍ଘଟଣା ରେ ପ୍ରାଣ ହରାଇଥିଲେ। ତେବେ ପ୍ରଶାସନ ପକ୍ଷରୁ ଏହି ଦାବିକୁ ପୂରଣ କରିବାର ପ୍ରତିଶୃତି ଦିଆଯିବା ପରେ ରାସ୍ତାରୋକକୁ ହଟାଯିବ ବୋଲି କହିଛନ୍ତି ସ୍ଥାନୀୟ ଲୋକେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.