ଟ୍ରକ୍ କୁ ପଛପଟୁ ଧକ୍କା ଦେଲା ବସ୍: ୨ ମୃତ, ୨୦ରୁ ଊର୍ଦ୍ଧ୍ବ ଆହତ

ଯାଜପୁର (କେନ୍ୟୁଜ): ସିମେଣ୍ଟ ବୋଝେଇ ଟ୍ରକ୍ କୁ ପଛପଟୁ ଧକ୍କା ଦେଲା ବସ୍ । ଦୁର୍ଘଟଣାରେ୨ ମୃତ, ୨୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ । ୧୬ନଂ ଜାତୀୟ ରାଜପଥ ଯାଜପୁର ବଡ଼ଚଣା ଥାନା କଡେଇ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବସଟି କୋଲକାତାରୁ ପୁରୀ ଅଭିମୁଖେ ଯାଉଥିବାବେଳେ ଭାରସାମ୍ୟ ହରାଇ ଏକ ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲା । ସମସ୍ତ ଆହତଙ୍କୁ ବଡ଼ବଚଣା ମେଡିକାଲରେ ଭର୍ତ୍ତି କରାଯାଇଛି । ୪ ଜଣ ଗୁରୁତରଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ସୂଚନା ଅନୁଯାୟୀ, କଲିକତାରୁ ସାମୋଲି ଟ୍ରାଭେଲ୍ସର ଏକ ବସ୍ ପୁରୀ ଅଭିମୁଖେ ଯାଉଥିଲା । ବଡ଼ଚଣା କଡେଇ ଛକ ନିକଟରେ ଏକ ସିମେଣ୍ଟ ବୋଝେଇ ଟ୍ରକ ସହ ଧକ୍କା ହୋଇଥିଲା । ଫଳରେ ବସର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଛି। ଏଥିରେ
୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। କିଛି ଗୁରୁତରଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ବସରେ ମୋଟ୍ ୫୦ରୁଅଧିକ ଯାତ୍ରୀ ଥିବା କୁହାଯାଉଛି। ବଡ଼ଚଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି
ଦୁର୍ଘଟଣାର ଯାଞ୍ଚ କରୁଛି।