ନୀଳଗିରିରେ ବସ୍ କୁ ଧକ୍କା ଦେଲା ଟ୍ରକ୍, ୧୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ

ନୀଳଗିରି : ବସ୍ କୁ ଧକ୍କା ଦେଲା ଟ୍ରକ୍ ।  ୧୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ।  ବାଲେଶ୍ବର ଜିଲ୍ଲା ନୀଳଗିରି ବରହମପୁର ଥାନା ଭାଲୁକାଶୁଣି ଦେବଯାନୀ ଛକରେ ଦୁର୍ଘଟଣା ଘଟିଛି।  ବସଟି ନୀଳଗିରିରୁ ଉଦଳା ଯାଉଥିଲା । ଭାଲୁକାଶୁଣି ଛକରେ ପଛପଟୁ ଟ୍ରକ ଧକ୍କା ଦେବାରୁ ବସଟି ଓଲଟି ପଡିଥିଲା । ସୂଚନା ଅନୁସାରେ ଏକ ଟ୍ରକ୍‌କୁ ସାଇଡ୍‌ ଦେବାକୁ ଯାଇ ରାସ୍ତାକଡ଼କୁ ବସଟି ଓଲଟି ପଡିଥିଲା ।

ସମସ୍ତ ଆହତଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି। ବସରେ ମୋଟ ୩୦ଜଣ ଯାତ୍ରୀ ଥିଲେ । ସମସ୍ତଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆଗାମୀ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି ।

Also read: ବାଇକକୁ ଧକ୍କା ଦେଲା ଟ୍ରକ୍, ବାପ ପୁଅ ମୃତ