କାନକଟା ଘାଟିରେ ହାଇୱାକୁ ପିଟିହେଲା ବସ, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ

ବ୍ରହ୍ମପୁର : ଗଞ୍ଜାମ ଗଜପତି ଜିଲ୍ଲା ସୀମାନ୍ତ କାନକଟା ଘାଟିରେ ହାଇୱାକୁ ପିଟିହେଲା ବସ । ଅଳ୍ପକେ ବର୍ତ୍ତିଲେ ୪୦ ଜଣ ଯାତ୍ରୀ । ଡ୍ରାଇଭର ଆହତ ହୋଇଥିବା ବେଳେ ଚିକିତ୍ସା ପାଇଁ ପାତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଗଜପତି ଜିଲ୍ଲା ରାୟଗଡ଼ରୁ ଗଞ୍ଜାମ ଜିଲ୍ଲା ଜରଡ଼ା ତୁମ୍ବାକୁ ଆସୁଥିଲା ପାର୍ଥ ସାରଥୀ ବସ ।
ହଠାତ ବ୍ରେକ ଫେଲ ହୋଇଯିବାରୁ ଡ୍ରାଇଭର ଉପସ୍ଥିତ ବୁଦ୍ଧି ଖଟାଇ ହାଇୱାକୁ ଧକ୍କା ଦେଇ ବସକୁ ଅଟକାଇ ଦେଇଥିଲେ l ହେଲେ ଡ୍ରାଇଭର ଚାପି ହୋଇ ରହିଯିବାରୁ ସ୍ଥାନୀୟ ଲୋକେ ଡ୍ରାଇଭରଙ୍କୁ ଉଦ୍ଧାର କରି ପାତ୍ରପୁର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି l ପାତ୍ରପୁର ବ୍ଲକ ତୁରୁବୁଡିରୁ ଗଜପତି ଜିଲ୍ଲା ମହେନ୍ଦଗଡ଼କୁ ବାହାରିଥିବା ରାସ୍ତାରେ କାନ କଟା ଘାଟି ପଡୁଥିବା ବେଳେ କିଛି ମାସ ହେଲା ଏହି ରାସ୍ତା ରେ ବାରମ୍ବାର ଦୁର୍ଘଟଣା ଘଟୁଛି l