ହାଇୱାକୁ ପିଟିଲା ବସ୍, ୭ ଗୁରୁତର

ଭୁବନେଶ୍ବର: ହାଇୱାକୁ ପିଟିଲା ବସ୍ । ୭ ଗୁରୁତର । ପାହାଳ ଜଗନ୍ନାଥ ମନ୍ଦିର ନିକଟରେ ଘଟିଛି ଦୁର୍ଘଟଣା । ପଦ୍ମାବତୀ ନାମକ ଏକ ଘରୋଇ ବସ କଟକରୁ ପୁରୀ ଯାଉଥିବାବେଳେ ଏକ ହାଇୱାକୁ ଧକ୍କା ଦେଇଥିଲା । ଆହତ ୭ ଜଣଙ୍କୁ ଉଦ୍ଧାର କରାଯାଇ କଟକ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ଡ୍ରାଇଭର ଓ ହେଲପର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ସୂଚନାଯୋଗ୍ୟ, ଶନିବାର ବସ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ବାଲିଡାବା ନିକଟରେ ଏପରି ଦୁର୍ଘଟଣା ଘଟିଥିଲା ।

ସୂଚନା ଅନୁସାରେ ପୋଲସରାରୁ ପୁରୀ ଅଭିମୁଖେ ଯାଉଥିବା ଏକ ଘରୋଇ ବସ ସହ ଭୁବନେଶ୍ବରରୁ କୋଦଳା ଅଭିମୁଖେ ଆସୁଥିବା ଏକ ମୃଦୁ ପାନୀୟଜଳ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ବସରେ ଥିବା ଯାତ୍ରୀ ମାନେ ଗୁରୁତର ଆହତ ହୋଇଥିବା ବେଳେ ଡ୍ରାଇଭର ବସ ଭିତରେ ଚାପି ହୋଇ ରହିଛନ୍ତି । ଆହୁରି କିଛି ଜଣ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି । ଆହତଙ୍କ ମଧ୍ୟରେ କିଛି ଶିଶୁ ଓ ମହିଳା ଥିବା ସୂଚନା ମିଳିଥିଲା ।

 

Also read: ନଦୀରେ ବୁଡ଼ିଗଲେ ନବମ ଶ୍ରେଣୀ ଛାତ୍ର, ମୃତଦେହ ଉଦ୍ଧାର