ମାର୍ବଲ ବୋଝେଇ ଟ୍ରକକୁ ଧକ୍କା ଦେଲା ବସ୍‌: ଜଣେ ମୃତ, ୬ ଆହତ

ନୟାଗଡ଼(କେନ୍ୟୁଜ୍): ମାର୍ବଲ ବୋଝେଇ ଟ୍ରକକୁ ପିଟିଲା ବସ୍‌ । ଜଣେ ମୃତ, ୬ ଆହତ । ନୟାଗଡ଼ ଇଟାମାଟି ପେଟ୍ରୋଲ ପମ୍ପ ସମ୍ମୁଖରେ ମାର୍ବଲ ବୋଝେଇ ଟ୍ରକ ଛିଡା ହୋଇଥିବାବେଳେ ପଛପଟୁ ଧକ୍କା ଦେଲା ଯାତ୍ରୀବାହି ଘରୋଇ ବସ୍‌ । ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୬ ଜଣ ଆହତ ହୋଇଛନ୍ତି ।

ଇଟାମାଟି ପୋଲିସ ଓ ଅଗ୍ନିଶମ ବିଭାଗ ସମସ୍ତଙ୍କୁ ଉଦ୍ଧାର କରି ନାୟଗଡ଼ ମୁଖ୍ୟ ଚିକତ୍ସାଳୟକୁ ଭର୍ତ୍ତି କରିଥିଲା । ସେଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଛନ୍ତି। ମୃତକ ହେଲେ ଜୁନାଗଡ଼ର ଅମର ଚାନ୍ଦ । ଅନ୍ୟ ୬ଜଣ ଆହତଙ୍କ ମଧ୍ୟରୁ ୨ଜଣ ଗୁରୁତର ଥିବାରୁ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.