ଜାତୀୟ ରାଜପଥ ଫାଙ୍କା ନ କଲେ ଆସନ୍ତାକାଲି ଠାରୁ ବସ ବନ୍ଦ: ବସ୍ ମାଲିକ ସଂଘର ଚେତାବନୀ

କାଲି ସକାଳ ୧୦ଟାରୁ ୧୧ଟା ଯାଏ ଏକ ଘଣ୍ଟା ଯାଏ ସମସ୍ତ ଜିଲ୍ଲାରେ ରାଜପଥ ଉପରେ ବସ ଛିଡା କରି ପ୍ରତିବାଦ ପ୍ରଦର୍ଶନ କରାଯିବ । ଯଦି ରାଜ୍ୟ ସରକାର କିଛି ପଦକ୍ଷେପ ଗ୍ରହଣ ନ କଲେ, ତେବେ ଅର୍ନିଦ୍ଦିଷ୍ଟ କାଳ ରାଜପଥରେ ବସ ଠିଆ କରି ବସ ଚଳାଚଳ ବନ୍ଦ କରିବୁ ବୋଲି କହିଛନ୍ତି।

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟ ଘରୋଇ ବସ ମାଲିକ ସଂଘର କଡ଼ା ଆଭିମୁଖ୍ୟ । ଆଜି ସନ୍ଧ୍ୟା ସୁଦ୍ଧା ଜାତୀୟ ରାଜପଥ ଫାଙ୍କା ନ କଲେ ଆସନ୍ତାକାଲି ଠାରୁ ବସ ବନ୍ଦ କରିବାକୁ ବାଧ୍ୟ ହେବୁ ବୋଲି ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ କହିଛନ୍ତି । କାଲି ସକାଳ ୧୦ଟାରୁ ୧୧ଟା ଯାଏ ଏକ ଘଣ୍ଟା ଯାଏ ସମସ୍ତ ଜିଲ୍ଲାରେ ରାଜପଥ ଉପରେ ବସ ଛିଡା କରି ପ୍ରତିବାଦ ପ୍ରଦର୍ଶନ କରାଯିବ । ଯଦି ରାଜ୍ୟ ସରକାର କିଛି ପଦକ୍ଷେପ ଗ୍ରହଣ ନ କଲେ, ତେବେ ଅର୍ନିଦ୍ଦିଷ୍ଟ କାଳ ରାଜପଥରେ ବସ ଠିଆ କରି ବସ ଚଳାଚଳ ବନ୍ଦ କରିବୁ ବୋଲି କହିଛନ୍ତି।

୮ ହଜାର ବସ ମାଲିକଙ୍କର ୧୪ ହଜାର ବସ ବନ୍ଦ ଚଳାଚଳ ବନ୍ଦ ରହିବ। ବସ ଚଳାଇବା ପାଇଁ ପୋଲିସର ସହଯୋଗ ଆଦୌ ମିଳୁନାହିଁ । ଡ୍ରାଇଭର ସଂଘର ଦାବିକୁ ନେଇ କୌଣସି ଆପତ୍ତି ନାହିଁ । ଯାତ୍ରୀବାହୀ ବସ ଯାତାୟାତକୁ ବିରୋଧ କରିବା ଅନୁଚିତ ବୋଲି ସଂଘ ପକ୍ଷରୁ କୁହାଯାଇଛି । କୌଣସି ଶ୍ରମିକ ସଂଗଠନ ଏହି ଧର୍ମଘଟକୁ ସମର୍ଥନ କରୁନାହାନ୍ତି । ଉଭୟ ଯାତ୍ରୀ ଓ ବସ ମାଲିକ ଏବଂ କର୍ମଚାରୀ ସଂକଟରେ ଅଛନ୍ତି । ଏଥିପାଇଁ ସରକାର ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.